ଅକ୍ଟୋବର ପହିଲାରୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ ଜନ୍ମ ପ୍ରମାଣପତ୍ର

The Sakala Picture
Published On

ଦିଲ୍ଲୀ: ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା , ଡ୍ରାଇଭିଂ ଲାଇସେନ୍ସ , ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ […]

ଦିଲ୍ଲୀ: ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା , ଡ୍ରାଇଭିଂ ଲାଇସେନ୍ସ , ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିସାରିଛି । ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ନୂଆ ଆଇନ ପଞ୍ଜୀକୃତ ଜନ୍ମ ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଓ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରଷ୍ପର ମଧ୍ୟରେ ସେୟାର କରିପାରିବେ । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

15 Sep 2023 By The Sakala

ଅକ୍ଟୋବର ପହିଲାରୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ ଜନ୍ମ ପ୍ରମାଣପତ୍ର

ଦିଲ୍ଲୀ: ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା , ଡ୍ରାଇଭିଂ ଲାଇସେନ୍ସ , ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିସାରିଛି । ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ ।

ନୂଆ ଆଇନ ପଞ୍ଜୀକୃତ ଜନ୍ମ ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଓ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରଷ୍ପର ମଧ୍ୟରେ ସେୟାର କରିପାରିବେ । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ।

https://www.thesakala.in/national-international/birth-certificates-to-become-single-document-for-aadhaar-govt-jobs-from-oct-1/article-25435
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର