କେରଳରେ ପୁଣି ନିପାହ ଭାଇରସ୍ ଆତଙ୍କ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

The Sakala Picture
Published On

ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ […]

ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

12 Sep 2023 By The Sakala

କେରଳରେ ପୁଣି ନିପାହ ଭାଇରସ୍ ଆତଙ୍କ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।

ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର