ଆସନ୍ତାକାଲିଠୁ ଜି-୨୦ ଶିଖର ସମ୍ମିଳନୀ, ଦିଲ୍ଲୀରେ ଏକାଠି ହେବେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ରର ମୁଖିଆ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ର ନେତା ଯୋଗ ଦେବେ। ଏହିକ୍ରମରେ ଦିଲ୍ଲୀକୁ ବିଶ୍ବ ନେତୃବନ୍ଦଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତା ଦିଲ୍ଲୀରେ ପହଞ୍ଚିବେ। ଏଥିପାଇଁ ସାରା ଦିଲ୍ଲୀରେ ଦୃଢ ସୁରକ୍ଷା ବ୍ୟବସ୍ଥା ସହିତ ଅତିଥିମାନଙ୍କୁ […]

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ର ନେତା ଯୋଗ ଦେବେ। ଏହିକ୍ରମରେ ଦିଲ୍ଲୀକୁ ବିଶ୍ବ ନେତୃବନ୍ଦଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତା ଦିଲ୍ଲୀରେ ପହଞ୍ଚିବେ। ଏଥିପାଇଁ ସାରା ଦିଲ୍ଲୀରେ ଦୃଢ ସୁରକ୍ଷା ବ୍ୟବସ୍ଥା ସହିତ ଅତିଥିମାନଙ୍କୁ ସ୍ବାଗତ କରିବା ନେଇ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ମଣ୍ଡପମ୍ ୧୨୩ ଏକର ଜମିରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦେଶର ସବୁଠୁ ବଡ଼ କନଭେନସନ୍ ସେଂଟରରେ ଏକସଙ୍ଗେ ୧୦ହଜାର ଲୋକ ବସିପାରିବାର କ୍ଷମତା ରହିଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଠକାର ସମସ୍ତ ହୋଟେଲଗୁଡିକରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦ ମୁକାବିଲା କରିବା ନେଇ ଯେଭଳି ଗୁଳିଗୋଳା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ନପଡ଼ିବ, ସେଥିପାଇଁ ହୋଟେଲ ଗୁଡ଼ିକରେ ଷ୍ଟୋର ହାଉସ ଏବଂ ଗୁଳିଗୋଳା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯାଇଛି। ଏଠାରୁ କମାଣ୍ଡୋମାନଙ୍କୁ ଅପରେସନ ବେଳେ ଆବଶ୍ୟକ ଗୁଳିଗୋଳା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରାଯାଇପାରିବ। ଗୁଳିଗୋଳା ବ୍ୟତୀତ ଏହି ସବୁ ଷ୍ଟୋର ହାଉସଗୁଡ଼ିକରେ ଲୋଡେଡ ମାଗାଜିନ, ମେଡିକାଲ ସାମଗ୍ରୀ, ଧୂଆଁ ସୃଷ୍ଟିକାରୀ ଗ୍ରେନେଡ, ୱେୟାରଲେସ ସେଟ୍ ଚାରଜର୍ସ ଓ ସୁରକ୍ଷାକର୍ମୀଙ୍କ ପାଇଁ ବ୍ୟାକପ୍ ଅସ୍ତ୍ରଶସ୍ତ୍ର ସଂରକ୍ଷିତ କରି ରଖାଯାଇଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

୨୬/୧୧ ଆତଙ୍କୀ ହମଲା ବେଳେ ଅପରେସନ ସମୟରେ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଜି-୨୦ ସମ୍ମିଳନୀ ବେଳେ ଯେଭଳି ଏହି ତ୍ରୁଟିର ପୁନରାବୃତ୍ତି ନ ହୁଏ ସେଥିନେଇ ପ୍ରକାରର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ଦିଲ୍ଲୀରେ ପ୍ରାୟ ୧.୩୦ ଲକ୍ଷ ଯବାନ ମୁତୟନ ରହିଛନ୍ତି। ଏନଏସଜି,ସିଆରପିଏଫ ଏବଂ ସିଏପିଏଫ୍ର ୫୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେେଳ ଆଉ ୮୦ ହଜାର ଯବାନ ମଧ୍ୟ ମୁତୟନ ରହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିବାକୁ ବାୟୁସେନା ପ୍ରସ୍ତୁତି କରିଛି। ସାରା ଦିଲ୍ଲୀକୁ ନୋ-ଫ୍ଳାଇଂ ଜୋନରେ ପରିଣତ କରାଯାଇଥିଲା ବେଳେ ଗୁରୁବାର ମଧ୍ୟ ରାତ୍ରରୁ ସାଧାରଣ ଲୋକଙ୍କ ଗମନାଗମନ ଉପରେ ରୋକ୍ ଲାଗୁ ହେବାକୁ ଯାଉଛି।

08 Sep 2023 By The Sakala

ଆସନ୍ତାକାଲିଠୁ ଜି-୨୦ ଶିଖର ସମ୍ମିଳନୀ, ଦିଲ୍ଲୀରେ ଏକାଠି ହେବେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ରର ମୁଖିଆ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ର ନେତା ଯୋଗ ଦେବେ। ଏହିକ୍ରମରେ ଦିଲ୍ଲୀକୁ ବିଶ୍ବ ନେତୃବନ୍ଦଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତା ଦିଲ୍ଲୀରେ ପହଞ୍ଚିବେ। ଏଥିପାଇଁ ସାରା ଦିଲ୍ଲୀରେ ଦୃଢ ସୁରକ୍ଷା ବ୍ୟବସ୍ଥା ସହିତ ଅତିଥିମାନଙ୍କୁ ସ୍ବାଗତ କରିବା ନେଇ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ମଣ୍ଡପମ୍ ୧୨୩ ଏକର ଜମିରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦେଶର ସବୁଠୁ ବଡ଼ କନଭେନସନ୍ ସେଂଟରରେ ଏକସଙ୍ଗେ ୧୦ହଜାର ଲୋକ ବସିପାରିବାର କ୍ଷମତା ରହିଛି ।

ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଠକାର ସମସ୍ତ ହୋଟେଲଗୁଡିକରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦ ମୁକାବିଲା କରିବା ନେଇ ଯେଭଳି ଗୁଳିଗୋଳା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ନପଡ଼ିବ, ସେଥିପାଇଁ ହୋଟେଲ ଗୁଡ଼ିକରେ ଷ୍ଟୋର ହାଉସ ଏବଂ ଗୁଳିଗୋଳା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯାଇଛି। ଏଠାରୁ କମାଣ୍ଡୋମାନଙ୍କୁ ଅପରେସନ ବେଳେ ଆବଶ୍ୟକ ଗୁଳିଗୋଳା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରାଯାଇପାରିବ। ଗୁଳିଗୋଳା ବ୍ୟତୀତ ଏହି ସବୁ ଷ୍ଟୋର ହାଉସଗୁଡ଼ିକରେ ଲୋଡେଡ ମାଗାଜିନ, ମେଡିକାଲ ସାମଗ୍ରୀ, ଧୂଆଁ ସୃଷ୍ଟିକାରୀ ଗ୍ରେନେଡ, ୱେୟାରଲେସ ସେଟ୍ ଚାରଜର୍ସ ଓ ସୁରକ୍ଷାକର୍ମୀଙ୍କ ପାଇଁ ବ୍ୟାକପ୍ ଅସ୍ତ୍ରଶସ୍ତ୍ର ସଂରକ୍ଷିତ କରି ରଖାଯାଇଛି।

୨୬/୧୧ ଆତଙ୍କୀ ହମଲା ବେଳେ ଅପରେସନ ସମୟରେ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଜି-୨୦ ସମ୍ମିଳନୀ ବେଳେ ଯେଭଳି ଏହି ତ୍ରୁଟିର ପୁନରାବୃତ୍ତି ନ ହୁଏ ସେଥିନେଇ ପ୍ରକାରର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ଦିଲ୍ଲୀରେ ପ୍ରାୟ ୧.୩୦ ଲକ୍ଷ ଯବାନ ମୁତୟନ ରହିଛନ୍ତି। ଏନଏସଜି,ସିଆରପିଏଫ ଏବଂ ସିଏପିଏଫ୍ର ୫୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେେଳ ଆଉ ୮୦ ହଜାର ଯବାନ ମଧ୍ୟ ମୁତୟନ ରହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିବାକୁ ବାୟୁସେନା ପ୍ରସ୍ତୁତି କରିଛି। ସାରା ଦିଲ୍ଲୀକୁ ନୋ-ଫ୍ଳାଇଂ ଜୋନରେ ପରିଣତ କରାଯାଇଥିଲା ବେଳେ ଗୁରୁବାର ମଧ୍ୟ ରାତ୍ରରୁ ସାଧାରଣ ଲୋକଙ୍କ ଗମନାଗମନ ଉପରେ ରୋକ୍ ଲାଗୁ ହେବାକୁ ଯାଉଛି।

https://www.thesakala.in/national-international/heads-of-the-worlds-20-major-nations-will-gather-in-delhi-for-g20-summit/article-25241
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର