ପଶୁପକ୍ଷୀଙ୍କ ଭଳି ‘ପାର୍ଟନର’ ବଦଳାଇବା ସଭ୍ୟ ସମାଜର ଲକ୍ଷଣ ନୁହେଁ: ହାଇକୋର୍ଟ

The Sakala Picture
Published On

ପ୍ରୟାଗରାଜ: ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବାର ଧାରା ଏକ ସୁସ୍ଥ ଏବଂ ସଭ୍ୟ ସମାଜର ଲକ୍ଷଣ ନୁହେଁ। ବିବାହରେ ବ୍ୟକ୍ତିଙ୍କୁ ଯେଉଁ ସୁରକ୍ଷା ଏବଂ ସାମାଜିକ ସ୍ବୀକୃତି ମିଳିଥାଏ ତାହା ଲିଭ୍-ଇନ୍-ରିଲେସନ୍ସିପରେ ମିଳି ନ ଥାଏ। ଏହି ସମ୍ବନ୍ଧ ବହୁତ ଆକର୍ଷଣୀୟ ଲାଗିଥାଏ। ଧାରାବାହିକ, ୱେବ୍ ସିରିଜ ଏବଂ ଫିଲ୍ମ ଦେଖି ଯୁବ ବର୍ଗ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। କିନ୍ତୁ ସମୟ ବିତିବା ସହିତ ଏହି ସମ୍ପର୍କକୁ କୌଣସି ସାମାଜିକ ସ୍ବୀକୃତି ମିଳି ନ […]

ପ୍ରୟାଗରାଜ: ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବାର ଧାରା ଏକ ସୁସ୍ଥ ଏବଂ ସଭ୍ୟ ସମାଜର ଲକ୍ଷଣ ନୁହେଁ। ବିବାହରେ ବ୍ୟକ୍ତିଙ୍କୁ ଯେଉଁ ସୁରକ୍ଷା ଏବଂ ସାମାଜିକ ସ୍ବୀକୃତି ମିଳିଥାଏ ତାହା ଲିଭ୍-ଇନ୍-ରିଲେସନ୍ସିପରେ ମିଳି ନ ଥାଏ। ଏହି ସମ୍ବନ୍ଧ ବହୁତ ଆକର୍ଷଣୀୟ ଲାଗିଥାଏ। ଧାରାବାହିକ, ୱେବ୍ ସିରିଜ ଏବଂ ଫିଲ୍ମ ଦେଖି ଯୁବ ବର୍ଗ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। କିନ୍ତୁ ସମୟ ବିତିବା ସହିତ ଏହି ସମ୍ପର୍କକୁ କୌଣସି ସାମାଜିକ ସ୍ବୀକୃତି ମିଳି ନ ଥାଏ ବୋଲି ସେମାନେ ଅନୁଭବ କରିଥାନ୍ତି। ଏହା ଦ୍ବାରା ଯୁବ ଗୋଷ୍ଠୀ ନିରାଶ ହୋଇଥାନ୍ତି। ଭାରତରେ ବିବାହ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟ କରୁଛି। ଚଳଚ୍ଚିତ୍ର ଏବଂ ଧାରାବାହିକ ମାଧ୍ୟମରେ ପରକୀୟା ପ୍ରୀତି ଭଳି ସମ୍ବନ୍ଧକୁ ପ୍ରୋତ୍ସାହନ ଦିଆଯାଉଛି। ଏମାନେ ସମାଜକୁ କଳୁଷିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ବିବାହିତା ଲିଭ୍-ଇନ୍ ପାର୍ଟନରଙ୍କୁ ଦୁଷ୍କର୍ମ ଅଭିଯୋଗ ଲାଗିଥିବା ଅଦନାନକୁ ଜାମିନ ଦେଇ ଆହ୍ଲାବାଦ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସହରାନପୁରର ଅଦନାନଙ୍କ ବିରୋଧରେ ତାଙ୍କ ପାର୍ଟନର ଦୁଷ୍କର୍ମ ଅଭିଯୋଗ ଲଗାଇ ଥିଲେ। ଏହି ସମୟରେ ମହିଳା ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ଜଷ୍ଟିସ ସିଦ୍ଧାର୍ଥଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଅନେକ ବିକଶିତ ଦେଶରେ ବିବାହ ବ୍ୟବସ୍ଥାକୁ ବଞ୍ଚାଇବା କାଠିକର ହୋଇଯାଇଛି। ଭାରତରେ ଯଦି ଏହା ଚାଲେ ତେବେ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି ହେବ। ନିଜ ପରିବାର ସହ ଭଲ ସମ୍ବନ୍ଧ ରଖି ନ ଥିବା ବ୍ୟକ୍ତି ଦେଶର ଉନ୍ନତିରେ ଯୋଗଦାନ ଦେଇପାରେ ନାହିଁ। ଏଭଳି ପୁରୁଷ ଏବଂ ମହିଳାଙ୍କ ନିକଟରେ କୌଣସି ଆଧାର ନ ଥାଏ। ଗୋଟିଏରୁ ଆଉ ଗୋଟିଏ ସମ୍ବନ୍ଧକୁ ଗଲେ ଜୀବନରେ ସନ୍ତୋଷ ମିଳି ନ ଥାଏ। ଏଭଳି ସମ୍ବନ୍ଧରୁ ଜନ୍ମିତ ଶିଶୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାତାପିତା ଅଲଗା ହୋଇଗଲେ ଶିଶୁ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

03 Sep 2023 By The Sakala

ପଶୁପକ୍ଷୀଙ୍କ ଭଳି ‘ପାର୍ଟନର’ ବଦଳାଇବା ସଭ୍ୟ ସମାଜର ଲକ୍ଷଣ ନୁହେଁ: ହାଇକୋର୍ଟ

ପ୍ରୟାଗରାଜ: ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବାର ଧାରା ଏକ ସୁସ୍ଥ ଏବଂ ସଭ୍ୟ ସମାଜର ଲକ୍ଷଣ ନୁହେଁ। ବିବାହରେ ବ୍ୟକ୍ତିଙ୍କୁ ଯେଉଁ ସୁରକ୍ଷା ଏବଂ ସାମାଜିକ ସ୍ବୀକୃତି ମିଳିଥାଏ ତାହା ଲିଭ୍-ଇନ୍-ରିଲେସନ୍ସିପରେ ମିଳି ନ ଥାଏ। ଏହି ସମ୍ବନ୍ଧ ବହୁତ ଆକର୍ଷଣୀୟ ଲାଗିଥାଏ। ଧାରାବାହିକ, ୱେବ୍ ସିରିଜ ଏବଂ ଫିଲ୍ମ ଦେଖି ଯୁବ ବର୍ଗ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। କିନ୍ତୁ ସମୟ ବିତିବା ସହିତ ଏହି ସମ୍ପର୍କକୁ କୌଣସି ସାମାଜିକ ସ୍ବୀକୃତି ମିଳି ନ ଥାଏ ବୋଲି ସେମାନେ ଅନୁଭବ କରିଥାନ୍ତି। ଏହା ଦ୍ବାରା ଯୁବ ଗୋଷ୍ଠୀ ନିରାଶ ହୋଇଥାନ୍ତି। ଭାରତରେ ବିବାହ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟ କରୁଛି। ଚଳଚ୍ଚିତ୍ର ଏବଂ ଧାରାବାହିକ ମାଧ୍ୟମରେ ପରକୀୟା ପ୍ରୀତି ଭଳି ସମ୍ବନ୍ଧକୁ ପ୍ରୋତ୍ସାହନ ଦିଆଯାଉଛି। ଏମାନେ ସମାଜକୁ କଳୁଷିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ବିବାହିତା ଲିଭ୍-ଇନ୍ ପାର୍ଟନରଙ୍କୁ ଦୁଷ୍କର୍ମ ଅଭିଯୋଗ ଲାଗିଥିବା ଅଦନାନକୁ ଜାମିନ ଦେଇ ଆହ୍ଲାବାଦ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ସହରାନପୁରର ଅଦନାନଙ୍କ ବିରୋଧରେ ତାଙ୍କ ପାର୍ଟନର ଦୁଷ୍କର୍ମ ଅଭିଯୋଗ ଲଗାଇ ଥିଲେ। ଏହି ସମୟରେ ମହିଳା ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ଜଷ୍ଟିସ ସିଦ୍ଧାର୍ଥଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଅନେକ ବିକଶିତ ଦେଶରେ ବିବାହ ବ୍ୟବସ୍ଥାକୁ ବଞ୍ଚାଇବା କାଠିକର ହୋଇଯାଇଛି। ଭାରତରେ ଯଦି ଏହା ଚାଲେ ତେବେ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି ହେବ। ନିଜ ପରିବାର ସହ ଭଲ ସମ୍ବନ୍ଧ ରଖି ନ ଥିବା ବ୍ୟକ୍ତି ଦେଶର ଉନ୍ନତିରେ ଯୋଗଦାନ ଦେଇପାରେ ନାହିଁ। ଏଭଳି ପୁରୁଷ ଏବଂ ମହିଳାଙ୍କ ନିକଟରେ କୌଣସି ଆଧାର ନ ଥାଏ। ଗୋଟିଏରୁ ଆଉ ଗୋଟିଏ ସମ୍ବନ୍ଧକୁ ଗଲେ ଜୀବନରେ ସନ୍ତୋଷ ମିଳି ନ ଥାଏ। ଏଭଳି ସମ୍ବନ୍ଧରୁ ଜନ୍ମିତ ଶିଶୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାତାପିତା ଅଲଗା ହୋଇଗଲେ ଶିଶୁ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି।

https://www.thesakala.in/national-international/live-in-relationship-cannot-provide-stability-security-and-social-acceptance-allahabad-high-court/article-25061
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର