ଟଙ୍କା ପାଇଁ ସମ୍ପର୍କ ଭୁଲିଗଲା ଝିଅ, ବାପାମାଆଙ୍କ ଖାଦ୍ୟରେ ନିଶା ଦେଇ ଲକ୍ଷାଧିକ ଟଙ୍କା ନେଇ ଝିଅ ଫେରାର

The Sakala Picture
Published On

ଲକ୍ଷ୍ନୌ: ଟଙ୍କା ପାଇଁ ସମ୍ପର୍କ ତୁଚ୍ଛ । ଟଙ୍କା ପାଇଁ ବାପାମାଆଙ୍କ ଖାଦ୍ୟରେ ନିଶା ଦେବା ପାଇଁ ପଛାଇଲାନି ଝିଅ । ବାପାମାଆଙ୍କ ବ୍ୟବହାରରେ ବିରକ୍ତ ହୋଇ ଝିଅ ଏମିତି କରିଥିବା ସୂଚନା ଦେଇଛି ପୋଲିସ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ । ଝିଅ ପ୍ରେମିକ ସହ ଅନ୍ୟ କେତେଜଣ ସାଙ୍ଗ ମିଶି ଏହି ଡାକାୟତିର ଷଡ଼ଜନ୍ତ୍ର ରଚିଥିଲେ, ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, […]

ଲକ୍ଷ୍ନୌ: ଟଙ୍କା ପାଇଁ ସମ୍ପର୍କ ତୁଚ୍ଛ । ଟଙ୍କା ପାଇଁ ବାପାମାଆଙ୍କ ଖାଦ୍ୟରେ ନିଶା ଦେବା ପାଇଁ ପଛାଇଲାନି ଝିଅ । ବାପାମାଆଙ୍କ ବ୍ୟବହାରରେ ବିରକ୍ତ ହୋଇ ଝିଅ ଏମିତି କରିଥିବା ସୂଚନା ଦେଇଛି ପୋଲିସ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ । ଝିଅ ପ୍ରେମିକ ସହ ଅନ୍ୟ କେତେଜଣ ସାଙ୍ଗ ମିଶି ଏହି ଡାକାୟତିର ଷଡ଼ଜନ୍ତ୍ର ରଚିଥିଲେ, ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନା ଅନୁସାରେ, ଲକ୍ଷ୍ନୌର ରସୁଲପୁର ଗାଁରେ ରହୁଥିବା ମନୋଜ କୁମାର ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଏବଂ ୩ ଲକ୍ଷ ଅଳଙ୍କାର ଚୋରି ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତ ମନୋଜଙ୍କ ଝିଅ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସେମାନଙ୍କଠାରୁ ନଗଦ ଟଙ୍କା ସହ ୩ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାକୁ ନେଇ ପୋଲିସ କହିଛି ଯେ, ମନୋଜ କୁମାରଙ୍କ ଝିଅ ତାଙ୍କ ବାପାମାଆଙ୍କ ବ୍ୟବହାରକୁ ନେଇ ଅତ୍ୟନ୍ତ ବିରକ୍ତ ଥିଲେ ଏବଂ ସେ ତାଙ୍କ ବାପାମାଆଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ । ତେଣୁ ସେ ତାଙ୍କ ପ୍ରେମିକ ବିନୟଙ୍କ ସହିତ ନିଜ ଘରକୁ ଡକାୟତି କରିବାର ଷଡ଼ଯନ୍ତ୍ର ରଚିଥିଲେ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପରିବାରର ବ୍ୟବହାର ଯୋଗୁଁ ସେ ନିଜ ପ୍ରେମିକ ବିନୟଙ୍କୁ ତାଙ୍କ ଘରେ ରଖାଯାଇଥିବା ଟଙ୍କା ଏବଂ ଅଳଙ୍କାର ବିଷୟରେ କହିଥିଲେ। ଏହା ପରେ ବିନୟ, ଶୁଭମ୍ ଏବଂ ରଣଞ୍ଜିତ ପରିବାର ଲୋକଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଏହି ଡକାୟତି କରିଥିଲେ । ଯାହା ପରେ ଉଭୟ ଘରେ ରଖାଯାଇଥିବା ପ୍ରାୟ ୧୩ ଲକ୍ଷ ନଗଦ ଟଙ୍କା ନେଇ ସେମାନେ ଫେରାର ହୋଇଯାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର