ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ, ଗର୍ଭବତୀ ବୋହୂକୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ ଶାଶୂଘର ଲୋକେ

The Sakala Picture
Published On

ରାଜସ୍ଥାନ: ବର୍ବରତାର ସୀମା ଟପିଲେ ଶାଶୂଘର ଲୋକେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ଗର୍ଭବତୀ ମହିଳାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ ସ୍ୱାମୀ ସମେତ ଶାଶୂଘର ଲୋକେ । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍‌ନାକୁ ଆସିଛି ଏପରି ଏକ ନିଷ୍ଠୁର ଘଟଣା । ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବୋହୂ ତାର ପ୍ରେମିକସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ […]

ରାଜସ୍ଥାନ: ବର୍ବରତାର ସୀମା ଟପିଲେ ଶାଶୂଘର ଲୋକେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ଗର୍ଭବତୀ ମହିଳାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ ସ୍ୱାମୀ ସମେତ ଶାଶୂଘର ଲୋକେ । ମଣିପୁରର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍‌ନାକୁ ଆସିଛି ଏପରି ଏକ ନିଷ୍ଠୁର ଘଟଣା । ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବୋହୂ ତାର ପ୍ରେମିକସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ବିବସ୍ତ୍ର କରି ବୁଲାଇଛନ୍ତି ଶାଶୁଘର ଲୋକେ । ଭିଡିଓ ଭାଇରାଲ ହେବା ପରେ ପୀଡିତାଙ୍କ ସ୍ୱାମୀ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହା ସଭ୍ୟ ସମାଜ ପ୍ରତି ଏକ କଳଙ୍କ । ଏହି ମାମଲାକୁ ଫାଷ୍ଟଟ୍ରାକରେ କୋର୍ଟରେ ବିଚାର କରାଯାଇ ଯଥାଶୀଘ୍ର ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଅଶୋକ ଗେହଲଟ୍ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

କୁହାଯାଉଛି କି, ମହିଳା ଜଣକ ବିବାହ ସତ୍ତ୍ୱେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ । ଯାହାକୁ ନେଇ ମହିଳାଙ୍କ ଶାଶୁ ତାଙ୍କୁ ଅପହରଣ କରି ନେଇ ନିଜ ଗାଁରେ ଏଭଳି ଘଟଣା ଘଟାଇଥିଲେ । ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ୬ଟି ଟିମ୍‌ ଗଠନ କରିଛି । ଏହି ଲଜ୍ଜାଜନକ ଘଟଣାରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର