ଏକ ଦେଶ-ଏକ ନିର୍ବାଚନ ଦିଗରେ ଆଉ ପାଦେ ଆଗେଇଲେ କେନ୍ଦ୍ରସରକାର, ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

The Sakala Picture
Published On

ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଦିଗରେ କେନ୍ଦ୍ରସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ସରକାର ଏ ଦିଗରେ ବିଚାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରାଯାଇଛି। କମିଟିର ସଦସ୍ୟଙ୍କ ଉପରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ। ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରଶ୍ନ କରିଛି ବର୍ତ୍ତମାନ ଏହାର ଆବଶ୍ୟକତା କ’ଣ ? ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଭଳି ପ୍ରଥମ […]

ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଦିଗରେ କେନ୍ଦ୍ରସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ସରକାର ଏ ଦିଗରେ ବିଚାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରାଯାଇଛି। କମିଟିର ସଦସ୍ୟଙ୍କ ଉପରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ। ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରଶ୍ନ କରିଛି ବର୍ତ୍ତମାନ ଏହାର ଆବଶ୍ୟକତା କ’ଣ ? ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଭଳି ପ୍ରଥମ ପ୍ରସଙ୍ଗଗୁଡିକ ସମାଧାନ କରାଯିବା ଉଚିତ୍ ବୋଲି ବିରୋଧୀ କହିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସରକାର କାହିଁକି ଏକ ଦେଶ-ଏକ ନିର୍ବାଚନ କରିବାକୁ ଚାହୁଁଛନ୍ତି?

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ନିର୍ବାଚନ ପରିଚାଳନା ପାଇଁ ଆର୍ଥିକ ଖର୍ଚ୍ଚ, ବାରମ୍ବାର ପ୍ରଶାସନିକ ଅସ୍ଥିରତା, ସୁରକ୍ଷା ବାହିନୀ ନିୟୋଜନରେ ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଏକ ଦେଶ-ଏକ ନିର୍ବାଚନ ଯୋଜନା ଉପରେ ବିଚାର କରୁଛନ୍ତି। ଏହା ଅଧୀନରେ ସରକାର ଏକକାଳୀନ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ୧୯୫୧-୫୨ମସିହାରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ୧୯୫୭, ୧୯୬୨ ଏବଂ ୧୯୬୭ ରେ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରେ ୧୯୬୮, ୧୯୬୯ ମସିହାରେ କିଛି ବିଧାନାସଭ ସମୟ ପୂର୍ବରୁ ଭଙ୍ଗ ହେବା ଏବଂ ୧୯୭୦ ରେ ଲୋକସଭାକୁ ପୂର୍ବରୁ ଭଙ୍ଗ କରାଯିବା ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବାରେ ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବର୍ଷ କୌଣସି ସ୍ଥାନରେ କିମ୍ବା ଅନ୍ୟତ୍ର ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ଲୋକସଭା ଏବଂ ସମସ୍ତ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ସରକାର ପୁନର୍ବାର ବିଚାର କରୁଛନ୍ତି। ବର୍ତ୍ତମାନ କମିଟି ଗଠନ କରି ଏହି ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ରସରକାର।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଅନୁଷ୍ଠିତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ’ଏକ୍ସ’ (ପୂର୍ବର ଟ୍ବିଟର)ରେ ସୂଚନା ଦେଇଛନ୍ତି।  ସଂସଦର ସ୍ବତନ୍ତ୍ର ଅଧିବେଶନ କାହିଁକି ଆହ୍ବାନ କରାଯାଇଛି ତାହା ଏଯାଏ କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଏହି ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହି ୫ ଦିନିଆ ଅଧିବେଶନରେ ’ଏକ ଦେଶ-ଏକ ନିର୍ବାଚନ’ ବିଲ୍ ଆସିପାରେ। ୨୦୧୪ରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଆସିବା ପରେ ବିଜେପି ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଇ ଆସୁଛି । ବିଭିନ୍ନ ସମୟରେ ନିର୍ବାଚନ ହେବା ଯୋଗୁଁ ପ୍ରଶାସନ ଉପରେ ଅଧିକ ଚାପ ପଡ଼ୁଛି ଓ ଦେଶ ଉପରେ ଆର୍ଥିକ ଚାପ ପଡ଼ୁଛି। ତେଣୁ ବିଭିନ୍ନ ସମୟରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଉଛନ୍ତି। ସମ୍ଭବତଃ ଆଗାମୀ ଅଧି ବେଶନରେ ଏ ସଂକ୍ରାନ୍ତରେ ବିଲ୍ ଆସିପାରେ ଏବଂ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବାକୁ ମନସ୍ଥ କରିଥାଇ ପାରନ୍ତି ବୋଲି କୁହାଯାଉଛି।

ଚଳିତ ବର୍ଷ ଶେଷ ଆଡ଼କୁ ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୧୪ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ ସହ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ୫ ରାଜ୍ୟ ଓ ଆଗାମୀ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାକୁଥିବା ୪ ରାଜ୍ୟର ନିର୍ବାଚନକୁ ଏକ ସମୟରେ ଲୋକସଭା ନିର୍ବାଚନ ସହ ଜାନୁଆରୀ ମାସରେ କରାଯିବା ପାଇଁ ହୁଏତ କେନ୍ଦ୍ର ସରକାର ଯୋଜନା କରୁଥାଇ ପାରନ୍ତି ବୋଲି ମନେ କରାଯାଉଛି। ଗତ କିଛିଦିନହେଲା ବିଜେପିର ପ୍ରସ୍ତୁତିକୁ ଦେଖିଲେ ଏହି ସମ୍ଭାବନା ଅମୂଳକ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ ।
ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁ ହେଉଥିବା ଆଶଙ୍କା କରିଥିଲେ। ଏପରିକି ବିଜେପି ନେତାମାନେ ନିର୍ବାଚନ ପାଇଁ ସବୁ ହେଲିକପ୍ଟର ଆଗୁଆ ବୁକିଂ କରି ନେଇଥିବା ଉଲ୍ଲେଖ କରି ଡ଼ିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ।

01 Sep 2023 By The Sakala

https://www.thesakala.in/national-international/govt-forms-committee-to-work-on-one-nation-one-election/article-24997
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର