ଦେଶରେ ତଳମୁହାଁ କରୋନା ଗ୍ରାଫ୍, ୩୫ ପ୍ରତିଶତ କମିଛି ସଂକ୍ରମଣ ମାମଲା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୨ ଦିନ ଧରି ଲଗାତାର ଅତ୍ୟଧିକ ମାତ୍ରାରେ ନୂଆ ମାମଲା ଆସୁଛି ଏବଂ ବହୁ ସଂଖ୍ୟାରେ କରୋନା ପରୀକ୍ଷା କରାଯାଉଛି, ପଜିଟିଭ ହାର ହ୍ରାସ ଏବଂ ପୁନରୁଦ୍ଧାର ହାରରେ ବୃଦ୍ଧି ହେତୁ କରୋନାର ଦ୍ୱିତୀୟ ଲହର ଥମିବାର ନଜର ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ହେଉଛି । […]

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୨ ଦିନ ଧରି ଲଗାତାର ଅତ୍ୟଧିକ ମାତ୍ରାରେ ନୂଆ ମାମଲା ଆସୁଛି ଏବଂ ବହୁ ସଂଖ୍ୟାରେ କରୋନା ପରୀକ୍ଷା କରାଯାଉଛି, ପଜିଟିଭ ହାର ହ୍ରାସ ଏବଂ ପୁନରୁଦ୍ଧାର ହାରରେ ବୃଦ୍ଧି ହେତୁ କରୋନାର ଦ୍ୱିତୀୟ ଲହର ଥମିବାର ନଜର ଆସୁଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ହେଉଛି । ଦେଶର ୨୪ଟି ରାଜ୍ୟରେ କରୋନା ପଜିଟିଭ୍ ମାମଲାର କମୁଥିବାର ଦେଖିବାକୁ ମିଳିଛି । ସେ ଏହାମଧ୍ୟ କହିଛନ୍ତି ଯେ, କରୋନାର ଲହରରେ ବ୍ରେକ ଲାଗିଲା ଭଳି ନଜର ଆସୁଛି । କିନ୍ତୁ ବର୍ତ୍ତମାନ ସମୟରେ କୋଭିଡ ମାମଲାରେ କଠୋରତା ଏବଂ ସତର୍କତା ନିହାତି ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ବର୍ତ୍ତମାନ ଦେଶରେ ୨୪.୨ ଲକ୍ଷ କରୋନା ପଜିଟିଭ୍ ମାମଲା ରହିଛି। ଏହି ସଂଖ୍ୟା ପୂର୍ବ ସପ୍ତାହର ରିପୋର୍ଟ ତଥା ୯ ମେ’ରେ ଆସିଥିବା ରିପୋର୍ଟ ଠାରୁ ୩୫ ପ୍ରତିଶତ କମ୍ ରହିଛି । ଗତ ସପ୍ତାହରେ ୩୭.୪ ଲକ୍ଷ ସକ୍ରିୟ ମାମଲା ରହିଥିଲା। ଗତ ନଅ ଦିନ ଧରି ଦୈନିକ ୨୦ ଲକ୍ଷ କୋଭିଡ -19 ପରୀକ୍ଷା କରାଯାଉଛି । ଯଦିଓ ମେ ୨୦ ରୁ ମେ ୨୬ ମଧ୍ୟରେ ପଜିଟିଭ୍ ହାର ୧୦.୪ ପ୍ରତିଶତ ଥିବାବେଳେ ଏପ୍ରିଲ୍ ୨୯ ରୁ ମେ ୫ ମଧ୍ୟରେ ପଜିଟିଭ୍ ହାର ୨୧.୫ ପ୍ରତିଶତ ଥିଲା । ଗୋଟିଏ ପଟେ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁରେ ସଂକ୍ରମିତ ମାମଲା ହ୍ରାସ ପାଉଛି । ଏହା ସତ୍ତ୍ୱେ ଏହି ୧୦ ପ୍ରତିଶତ ସକାରାତ୍ମକ ହାର ଚିନ୍ତାର ବିଷୟ ପାଲଟିଛି । ପଜିଟିଭିଟି ହାରକୁ ୫ ପ୍ରତିଶତରୁ କମ୍ କରିବାକୁ ରାଜ୍ୟମାନଙ୍କୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ସେହିପରି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ପଜିଟିଭ୍ । ଦିନକରେ ୩ ହଜାର ୬୬୦ ଜଣଙ୍କ ଜୀବନ ନେଇଛି କରୋନା । ଏବଂ ଦେଶରେ କରୋନରୁ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୫୯ ହଜାର ୪୫୯ ଆକ୍ରାନ୍ତ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ଛୁଇଁଥିବା ବେଳେ, ସେମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଆକ୍ରାନ୍ତ । ଏବେ ସାରା ଦେଶରେ ମୋଟ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ କେସ୍ ରହିଛି । ଅନ୍ୟପଟେ କରୋନା ଟିକାକରଣ ଜାରିଥିବା ବେଳେ, ୨୦ କୋଟି ୫୭ ଲକ୍ଷ ୨୦ ହଜାର ୬୬୦ ଲୋକଙ୍କୁ ଦିଆଯାଇଛି ଟିକା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର