ଆଜିଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର

The Sakala Picture
Published On

ନୂଆଦିଲ୍ଲୀ: ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି […]

ନୂଆଦିଲ୍ଲୀ: ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିସିଏଫ୍‌ ଓ ଏନ୍‌ଏଫ୍‌ଇଡି ଦିଲ୍ଲୀ ଏନ୍‌ସିଆର୍‌, ଜୟପୁର ଓ ରାଜସ୍ଥାନର କୋଟାରେ ଟମାଟୋ ବିକ୍ରି କରିବ। ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣସୀ ଓ ପ୍ରୟାଗରାଜ ସମେତ ବିହାରର ପାଟନା, ମୁଜାଫରପୁର, ଅର୍ରାହ ଓ ବକ୍ସରରେ ଟମାଟୋ ୫୦ ଟଙ୍କାରେ ବିକ୍ରି ହେବ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି। ଏହି ଟମାଟର ସେସବୁ ଅଞ୍ଚଳକୁ ପଠାଯିବ, ଯେଉଁଠି ଟମାଟର ଦାମ୍‌ ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର