ଲଦାଖରେ ନିୟୋଜିତ ହେଲେ ୬୮ ହଜାର ଯବାନ, ସୀମାରେ ସଜାଗ ୯୦ ଟ୍ୟାଙ୍କ

The Sakala Picture
Published On

ନୂଆଦିଲ୍ଲୀ:  ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତ ୬୮ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରିଛି। ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଏବଂ ଜାଗୁଆର ଭଳି ବିମାନ ଶତ୍ରୁ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ଏହି ସୂଚନା ମିଳିଛି। ୨୦୨୦ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟୀରେ ଚୀନ୍‌ ସୈନିକଙ୍କ ସହ ଭାରତୀୟ […]

ନୂଆଦିଲ୍ଲୀ:  ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତ ୬୮ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରିଛି। ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଏବଂ ଜାଗୁଆର ଭଳି ବିମାନ ଶତ୍ରୁ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ଏହି ସୂଚନା ମିଳିଛି। ୨୦୨୦ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟୀରେ ଚୀନ୍‌ ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ହୋଇଥିଲା। ଏହା ପରେ ଲଦାଖରେ ସେନା ମୁତୟନ ବୃଦ୍ଧି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂଘର୍ଷ ପରେ ଭାରତୀୟ ବାୟୁସେନାର ପରିବହନ ବିଭାଗ ଏକ ବିଶେଷ ଅଭିଯାନରେ କମ୍‌ ସମୟରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯବାନଙ୍କୁ ଏଲ୍‌ଏସିର ଦୁର୍ଗମ ଅଞ୍ଚଳକୁ ନେଇଥିଲା। ଏହି ଅଭିଯାନରେ ସି-୧୩୦ଜେ ସୁପର ହରକ୍ୟୁଲେସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସାମିଲ ଥିଲା। ମୋଟ ୯ ହଜାର ଟନ୍‌ର ସାମଗ୍ରୀ ପରିବହନ କରାଯାଇଥିଲା। ଚୀନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୂରରୁ ପରିଚାଳିତ ହେଉପାରୁଥିବା ବିମାନ (ଆର୍‌ପିଏ) ମୁତୟନ କରାଯାଇଛି। ବିମାନରୁ କେବଳ ୫୦ କିମି ପର୍ଯ୍ୟନ୍ତ ନଜର ରଖାଯାଇ ପାରୁଥିଲା। ତେଣୁ ଚୀନ୍‌ ସୈନିକଙ୍କ ସ୍ଥିତି ଏବଂ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେନା ସୁନିଶ୍ଚିତ କରିଥିଲା। ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଥିଲା। ଲଢୁଆ ବିମାନର ଅନେକ ସ୍କ୍ବାଡ୍ରନ ପ୍ରସ୍ତୁତ ହୋଇ ରହିଥିଲେ। ୩୩୦ ବିଏମପି ପଦାତିକ ବାହିନୀର ଲଢୁଆ ଗାଡ଼ି, ରାଡାର ସିଷ୍ଟମ, ତୋପ, ବନ୍ଧୁକ ଏବଂ ଅନ୍ୟ ଉପକରଣ ଲଦାଖ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

14 Aug 2023 By The Sakala

ଲଦାଖରେ ନିୟୋଜିତ ହେଲେ ୬୮ ହଜାର ଯବାନ, ସୀମାରେ ସଜାଗ ୯୦ ଟ୍ୟାଙ୍କ

ନୂଆଦିଲ୍ଲୀ:  ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତ ୬୮ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରିଛି। ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଏବଂ ଜାଗୁଆର ଭଳି ବିମାନ ଶତ୍ରୁ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ଏହି ସୂଚନା ମିଳିଛି। ୨୦୨୦ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟୀରେ ଚୀନ୍‌ ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ହୋଇଥିଲା। ଏହା ପରେ ଲଦାଖରେ ସେନା ମୁତୟନ ବୃଦ୍ଧି କରାଯାଇଥିଲା।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂଘର୍ଷ ପରେ ଭାରତୀୟ ବାୟୁସେନାର ପରିବହନ ବିଭାଗ ଏକ ବିଶେଷ ଅଭିଯାନରେ କମ୍‌ ସମୟରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯବାନଙ୍କୁ ଏଲ୍‌ଏସିର ଦୁର୍ଗମ ଅଞ୍ଚଳକୁ ନେଇଥିଲା। ଏହି ଅଭିଯାନରେ ସି-୧୩୦ଜେ ସୁପର ହରକ୍ୟୁଲେସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସାମିଲ ଥିଲା। ମୋଟ ୯ ହଜାର ଟନ୍‌ର ସାମଗ୍ରୀ ପରିବହନ କରାଯାଇଥିଲା। ଚୀନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୂରରୁ ପରିଚାଳିତ ହେଉପାରୁଥିବା ବିମାନ (ଆର୍‌ପିଏ) ମୁତୟନ କରାଯାଇଛି। ବିମାନରୁ କେବଳ ୫୦ କିମି ପର୍ଯ୍ୟନ୍ତ ନଜର ରଖାଯାଇ ପାରୁଥିଲା। ତେଣୁ ଚୀନ୍‌ ସୈନିକଙ୍କ ସ୍ଥିତି ଏବଂ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେନା ସୁନିଶ୍ଚିତ କରିଥିଲା। ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଥିଲା। ଲଢୁଆ ବିମାନର ଅନେକ ସ୍କ୍ବାଡ୍ରନ ପ୍ରସ୍ତୁତ ହୋଇ ରହିଥିଲେ। ୩୩୦ ବିଏମପି ପଦାତିକ ବାହିନୀର ଲଢୁଆ ଗାଡ଼ି, ରାଡାର ସିଷ୍ଟମ, ତୋପ, ବନ୍ଧୁକ ଏବଂ ଅନ୍ୟ ଉପକରଣ ଲଦାଖ ନିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର