ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: ମଣିପୁର ମହାବିତର୍କ । ଲୋକସଭାରେ ଏନଡିଏ ଭର୍ସେସ ଇଣ୍ଡିଆ । ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ କାହିଁକି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ । ମଣିପୁରରେ ଚାଲିଛି ଅନ୍ତହିନ ହିଂସା । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । […]

ନୂଆଦିଲ୍ଲୀ: ମଣିପୁର ମହାବିତର୍କ । ଲୋକସଭାରେ ଏନଡିଏ ଭର୍ସେସ ଇଣ୍ଡିଆ । ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ କାହିଁକି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମଣିପୁରରେ ଚାଲିଛି ଅନ୍ତହିନ ହିଂସା । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । ମଣିପୁର ବର୍ବରୋଚିତ ଭାଇରାଲ ଭିଡିଓ ଦେଖି ଦେଶ ସ୍ତବ୍ଧ । ମଣିପୁର ପ୍ରସଙ୍ଗ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଇଣ୍ଡିଆ ଟିମ୍ ମଣିପୁର ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏବେସୁଦ୍ଧା ମଣିପୁର ହିଂସାରେ ୧୫୦ଜଣ ପ୍ରାଣ ହରାଇଛନ୍ତି । ୫ହଜାର ଘର ପୋଡ଼ିଛି । ରିଲିଫ କ୍ୟାମ୍ପରେ ୬୦ହଜାର ଲୋକ ରହିଛନ୍ତି । ୬ହଜାର ୫ଶହ ଏଫଆଇଆର ଦାଏର ହୋଇଛି । କାହିଁକି ମଣିପୁର ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଉଲ୍ଲେଖଯୋଗ୍ୟ, ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ନୋଟିସ ଆ‌ଣିଥିଲେ। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ। ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଫଳ ହେବ। କିନ୍ତୁ ବିରୋଧୀ ସଦସ୍ୟମ‌ାନେ ଦାବି କରିଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ପକାଇ ଏହି ଲଢ଼େଇରେ ଜିତିପାରିବେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଲୋକସଭାରେ ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪। ତେବେ ଲୋକସଭାରେ ପାଖାପାଖି ୬୦ ଜଣ ସଦସ୍ୟ ଏନ୍‌ଡିଏ ଏବଂ କିମ୍ବା ଇଣ୍ଡିଆ ମେଣ୍ଟ କୌଣସିରେ ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର