ଆରମ୍ଭ ହେଲା ଜ୍ଞାନବାପି ପରିସରରେ ସର୍ଭେ

The Sakala Picture
Published On

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ଯ୍ୟଆରମ୍ଭ କରାଯାଇଛି। ଏହାଛଡ଼ା, ଅଦାଲତ କହିଛନ୍ତି ଯେ, ପୂର୍ବରୁ ଥିବା କ‌ୌଣସି ହିନ୍ଦୁ ମନ୍ଦିର ମୂଳଦୁଆ ଉପରେ ଏହି ୧୭ଶ ଶତାବ୍ଦୀର ମସ୍‌ଜିଦ୍‌ ନିର୍ମିତ ହୋଇଛି […]

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ଯ୍ୟଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ଏହାଛଡ଼ା, ଅଦାଲତ କହିଛନ୍ତି ଯେ, ପୂର୍ବରୁ ଥିବା କ‌ୌଣସି ହିନ୍ଦୁ ମନ୍ଦିର ମୂଳଦୁଆ ଉପରେ ଏହି ୧୭ଶ ଶତାବ୍ଦୀର ମସ୍‌ଜିଦ୍‌ ନିର୍ମିତ ହୋଇଛି କି, ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ‘ଏଏସ୍‌ଆଇ’ ସର୍ଭେ ଆବଶ୍ୟକ ଏବଂ ଏହା ଉଭୟ ପକ୍ଷଙ୍କୁ ଉପକୃତ କରିବ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ଆଜି ‘ଏଏସ୍‌ଆଇ’ ମସ୍‌ଜିଦ୍‌ ପରିସରରେ ସର୍ଭେ ଆରମ୍ଭ ହୋଇଥିବା ବେ‌ଳେ କେବଳ ଜିଲ୍ଲା ପ୍ରଶାସନଦ୍ବାରା ନିଯୁକ୍ତ ଲୋକେ ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ, ‘ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ୍‌ କମିଟି’ର ସଦସ୍ୟମାନେ ଏହି ସର୍ଭେ ବର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ସୂଚନା ଅନୁଯାୟୀ, ପୂର୍ବରୁ ତୋଳାଯାଇଥିବା ମନ୍ଦିର ଉପରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି କି, ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଉତ୍‌ଖନନ ସମେତ ସର୍ଭେ କରିବା ଲାଗି ଜୁଲାଇ ୨୧ ତାରିଖ ଦିନ ବାରାଣସୀ ସେସନ୍‌ସ୍‌ କ‌ୋର୍ଟ ‘ଏଏସ୍‌ଆଇ’କୁ ନିର୍ଦେଶ ଦେଇଥିଲେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର