ସୁରକ୍ଷା ଅଧିକାରୀଙ୍କଠାରୁ ପିସ୍ତଲ ଆଣି ନିଜକୁ ଗୁଳି ମାରିଲେ କୋଏମ୍ବାଟୁର ‘ଡିଆଇଜି’

The Sakala Picture
Published On

କୋଇମ୍ବାଟୁର୍‌: ତାମିଲନାଡୁର କୋଏମ୍ବାଟୁର ଡିଆଇଜି ବିଜୟକୁମାର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ନିଜକୁ ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ ଡିୟୁଟି କରୁଥିବା ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପାଖରୁ ସେ ଉକ୍ତ ପିସ୍ତଲ୍‌ଟି ମାଗି ଆଣିଥିଲେ। ସେ ଗତ କିଛିଦିନ ହେବ ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ କହିଛନ୍ତି । ଫଳରେ […]

କୋଇମ୍ବାଟୁର୍‌: ତାମିଲନାଡୁର କୋଏମ୍ବାଟୁର ଡିଆଇଜି ବିଜୟକୁମାର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ନିଜକୁ ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ ଡିୟୁଟି କରୁଥିବା ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପାଖରୁ ସେ ଉକ୍ତ ପିସ୍ତଲ୍‌ଟି ମାଗି ଆଣିଥିଲେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସେ ଗତ କିଛିଦିନ ହେବ ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ କହିଛନ୍ତି । ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ମାମଲାର ଯାଞ୍ଚ ଚାଲିଛି । ତେବେ ବିଜୟ କୁମାରଙ୍କ ନିକଟସ୍ଥ ଅଧିକାରୀ କହିଛନ୍ତି, ସେ କିଛିଦିନ ହେଲା ଦୁଃଶ୍ଚିନ୍ତାରେ ରହୁଥିଲେ । ଠିକ୍‌ ଭାବେ ଶୋଇପାରୁନଥିଲେ । ତେବେ ଡିଆଇଜି କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା କେହି ଜାଣିନାହାନ୍ତି । ଡିଆଇଜିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋଏମ୍ବାଟୁର ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୁଲିସ ଦେଇଥିବା ସୂଚନା ଅନୁସାରେ, କୋଏମ୍ବାଟୁର ଡିଆଇଜି ବିଜୟ କୁମାର ଶୁକ୍ରବାର ଦିନ ସକାଳେ ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିଲେ । ତା’ ପରେ କ୍ୟାମ୍ପ ଅଫିସକୁ ଫେରିଥିଲେ । ସେ ନିଜ ସୁରକ୍ଷା ଅଧିକାରୀଙ୍କ ଠାରୁ ପିସ୍ତଲ ମାଗିଥିଲେ ଏବଂ ଅଫିସ ବାହାରକୁ ଚାଲିଗଲେ । କିଛି ସମୟ ପରେ ଡିଆଇଜି ନିଜକୁ ସୁଟ୍‌ କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ପହଞ୍ଚିବାକୁ ବେଳକୁ ଡିଆଇଜି ଲହୁଲୁହାଣ ହୋଇ ତଳେ ପଡିଥିଲେ । ସେତବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର