ମୌସୁମୀ ଯୋଗୁଁ ସାରାଦେଶରେ ଲଗାଣ ବର୍ଷା ଜାରି, ଜୁନ ୩୦ ଯାଏଁ ସବୁ ରାଜ୍ୟରେ ବର୍ଷା ସମ୍ଭାବନା

The Sakala Picture
Published On

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଗାଡ଼ି ମୋଟର ଅଟକି ରହିଛି । ବାତ୍ୟା ବିପର୍ଯ୍ୟୟ ଯୋଗୁ ଚଳିତବର୍ଷ ମୌସୁମୀ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ମୌସୁମୀ ଛୁଇଁବାର […]

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଗାଡ଼ି ମୋଟର ଅଟକି ରହିଛି । ବାତ୍ୟା ବିପର୍ଯ୍ୟୟ ଯୋଗୁ ଚଳିତବର୍ଷ ମୌସୁମୀ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ମୌସୁମୀ ଛୁଇଁବାର ୧୫ ଦିନ ପୂର୍ବରୁ ମୁମ୍ବାଇରେ ମୌସୁମୀ ପ୍ରବେଶ କରୁଥିବା ବେଳେ ଚଳିତବର୍ଷ ଆଗୁଆ ମୌସୁମୀ ବର୍ଷାରେ ଭିଜିଛି ରାଜଧାନୀ । ରାଷ୍ଟ୍ରୀୟ ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ବର୍ଷା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ଉପକୂଳ ଦେଇ ମୌସୁମୀ ଦେଶର ଅନ୍ୟ ରାଜ୍ୟକୁ ପ୍ରବେଶ କରିଥାଏ । ହେଲେ ଚଳିତବର୍ଷ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ସାରା ଦେଶରେ ମୌସୁମୀର ଗତି ଅସ୍ବାଭାବିକ ରହିଛି । ଜୁନ ୩୦ ତାରିଖ ଯାଏଁ ସବୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୬ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆସାମରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ବିଗିଡ଼ିବାରେ ଲାଗିଛି । ପ୍ରାୟ ୨୨ ଜିଲ୍ଲାର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି c

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର