ଆଇସିଏମ୍‌ଆର୍‌ ରିପୋର୍ଟ: ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ

The Sakala Picture
Published On

ଚେନ୍ନାଇ: ବ୍ରିଟେନର ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ପ୍ରକାଶିତ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଭାରତରେ ୧୦ କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ, ଏହି ସଂଖ୍ୟା ପ୍ରାୟ ୭ କୋଟି ଥିଲା। ଅଧ୍ୟୟନରେ କୁହାଯାଇଛି ଯେ କେତେକ ରାଜ୍ୟରେ ଏହି ସଂଖ୍ୟା ସ୍ଥିର ରହିଛି। ଏଥି ସହିତ ଅନେକ ରାଜ୍ୟରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରିସର୍ଚ୍ଚରେ ଏହା ମଧ୍ୟ […]

ଚେନ୍ନାଇ: ବ୍ରିଟେନର ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ପ୍ରକାଶିତ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଭାରତରେ ୧୦ କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ, ଏହି ସଂଖ୍ୟା ପ୍ରାୟ ୭ କୋଟି ଥିଲା। ଅଧ୍ୟୟନରେ କୁହାଯାଇଛି ଯେ କେତେକ ରାଜ୍ୟରେ ଏହି ସଂଖ୍ୟା ସ୍ଥିର ରହିଛି। ଏଥି ସହିତ ଅନେକ ରାଜ୍ୟରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ରାଜ୍ୟମାନଙ୍କରେ ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି ସେଠାରେ ଏହାକୁ ରୋକିବାର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଦେଶର ୧୫ ପ୍ରତିଶତ ଲୋକ ପ୍ରି- ଡାଇବେଟିସରେ ଆକ୍ରାନ୍ତ
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ,  ଅତି କମରେ୧୩୬ ନିୟୁତ ଲୋକ ଅର୍ଥାତ୍ ଜନସଂଖ୍ୟାର୧୫.୩ ପ୍ରତିଶତ ଲୋକଙ୍କର ପ୍ରି- ଡାଇବେଟିସ୍ ରହିଛି। ୨୬.୪% ଆକ୍ରାନ୍ତ ସହ ଗୋଆରେ ସବୁଠୁ ଅଧିକ ମଧୁମେହ ରୋଗୀ ରହିଥିବା ବେଳେ ପୁଡୁଚେରୀ ୨୬.୩ ପ୍ରତିଶତ ସହ ଦ୍ବିତୀୟରେ ଏବଂ କେରଳ ୨୫.୫ ପ୍ରତିଶତ ସହ ତୃତୀୟରେ ରହିଛି। ମଧୁମେହର ଜାତୀୟ ହାରାହାରି ହେଉଛି ୧୧.୪ ପ୍ରତିଶତ ।   ୟୁପି, ମଧ୍ୟପ୍ରଦେଶ,  ବିହାର ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟମାନଙ୍କରେ ଆଗାମୀ କିଛି ବର୍ଷ ମଧ୍ୟରେ ମଧୁମେହ ରୋଗର ବିସ୍ଫୋରଣ ହୋଇପାରେ ବୈଜ୍ଞାନୀକମାନେ ଆକଳନ କରିଛନ୍ତି।

ୟୁପିରେ ଅଧିକ ପ୍ରି-ଡାଇବେଟିସ୍ ରୋଗୀ 

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନର ସଭାପତି ତଥା ଅଧ୍ୟୟନର ପ୍ରଥମ ଲେଖକ ଡା. ରଞ୍ଜିତ ମୋହନ ଅଞ୍ଜନା କହିଛନ୍ତି, ‘ଗୋଆ, କେରଳ, ତାମିଲନାଡୁ ଏବଂ ଚଣ୍ଡିଗଡ଼ର ଆଦି ରାଜ୍ୟରେ ମଧୁମେହ ରୋଗୀଙ୍କ ଅପେକ୍ଷା ପ୍ରି-ଡାଇବେଟିସ୍ ରୋଗୀ କମ ରହିଛନ୍ତି। ପୁଡୁଚେରୀ ଏବଂ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ସମାନ ରହିଛି । ତେଣୁ ଆମେ କହିପାରିବା ଯେ ଏହି ରୋଗ ସେଠାରେ ସ୍ଥିର ଅଛି। କିନ୍ତୁ କମ୍ ମଧୁମେହ ରୋଗୀ ଥିବା ରାଜ୍ୟରେ ଅଧିକ ସଂଖ୍ୟକ ପ୍ରି-ଡାଇବେଟିସ୍ ରୋଗୀ ରହିଥିବା ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି। ଉଦାହରଣ ସ୍ୱରୂପ, ୟୁପିରେ ମଧୁମେହର ମାତ୍ରା ୪.୮ ପ୍ରତିଶ ଅର୍ଥାତ ଦେଶରେ ସର୍ବନିମ୍ନ ।  ହେଲେ ଜାତୀୟ ହାରାହାରି ୧୫.୩ ପ୍ରତିଶତ ତୁଳନାରେ ୧୮ ପ୍ରତିଶତ ପ୍ରି-ଡାଇବେଟିସ୍ ରୋଗୀ ଅଛନ୍ତି।

ତେବେ ଏହି ଚିସର୍ଚ୍ଚ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଡା. ମୋହନଙ୍କ ଡାଇବେଟିସ୍ ବିଶେଷଜ୍ଞ କେନ୍ଦ୍ର ଦ୍ୱାରା କରାଯାଇଥିଲା । ଏହି ସର୍ଭେ ୨୦୦୮ ରୁ ୨୦୨୦ ମଧ୍ୟରେ ୧,୧୩,୦୪୩ ଲୋକଙ୍କୁ ନେଇ ହୋଇଛି। ଯେଉଁଥିରେ ୩୩, ୫୩୭ ଜଣ ସହରାଞ୍ଚଳର ହୋଇଥିବା ବେଳେ  ୭୯ ହଜାର ୫୦୬  ଗ୍ରାମୀଣ ଜନସଂଖ୍ୟା ଅନ୍ତର୍ଭୁକ୍ତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର