କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ

The Sakala Picture
Published On

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ ସମୟ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ନେବା ପାଇଁ ୬ରୁ ୮ ସପ୍ତାହ ଅନ୍ତର ଥିଲା । ସେହିଭଳି NTAGIର ସୁପାରିସ୍ ଅନୁସାରେ, […]

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ ସମୟ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ନେବା ପାଇଁ ୬ରୁ ୮ ସପ୍ତାହ ଅନ୍ତର ଥିଲା ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସେହିଭଳି NTAGIର ସୁପାରିସ୍ ଅନୁସାରେ, ଗର୍ଭବତୀ ମହିଳାମାନେ ସେମାନଙ୍କର ଟିକା ବାଛି ପାରିବେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରସବ ପରେ ଏହି ଟିକା ନେବାକୁ ଯୋଗ୍ୟ ହେବେ। ତେବେ କୋଭାକ୍ସିନ୍ ଡୋଜ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ଭଳି କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟିକା ନେଇ ହେବ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର