ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

The Sakala Picture
Published On

ଶାହଜହାଁପୁର: ଡାଲା ସହ ଏକ ଟ୍ରାକ୍ଟର ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ବୀରସିଂହପୁର ଗାଁରେ । ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟରର ଟ୍ରଲିଟି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ । ଦୁର୍ଘଟଣାରେ ପ୍ରାୟ ୬ଜଣ ଆହତ […]

ଶାହଜହାଁପୁର: ଡାଲା ସହ ଏକ ଟ୍ରାକ୍ଟର ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ବୀରସିଂହପୁର ଗାଁରେ । ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟରର ଟ୍ରଲିଟି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ । ଦୁର୍ଘଟଣାରେ ପ୍ରାୟ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଭାଗବତ ପାରାୟଣ ପାଇଁ ଗରରା ନଦୀକୁ ଜଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଟ୍ରାକ୍ଟରର ଟ୍ରଲି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଲୋକ ସନୋରା ଗାଁର ଅଟନ୍ତି । ସୂଚନା ଅନୁସାରେ ଏହି ଗାଁର ଲୋକମାନେ ଯଜ୍ଞ ପାଇଁ ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

15 Apr 2023 By The Sakala

ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

ଶାହଜହାଁପୁର: ଡାଲା ସହ ଏକ ଟ୍ରାକ୍ଟର ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ବୀରସିଂହପୁର ଗାଁରେ । ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟରର ଟ୍ରଲିଟି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ । ଦୁର୍ଘଟଣାରେ ପ୍ରାୟ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଭାଗବତ ପାରାୟଣ ପାଇଁ ଗରରା ନଦୀକୁ ଜଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଟ୍ରାକ୍ଟରର ଟ୍ରଲି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଲୋକ ସନୋରା ଗାଁର ଅଟନ୍ତି । ସୂଚନା ଅନୁସାରେ ଏହି ଗାଁର ଲୋକମାନେ ଯଜ୍ଞ ପାଇଁ ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର