ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ମାଡ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା […]

କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା କରାଯାଉଛି।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଏହାପୂର୍ବରୁ, ରାମ ନବମୀ ଦିନ ପଶ୍ଚିମବଙ୍ଗର ହାୱଡା ସହରର କାଜିପଡା ଅଞ୍ଚଳରେ ହିଂସା ହୋଇଥିଲା। ରାମ ନବମୀ ଶୋଭାଯାତ୍ରା କାଜିପଡା ଅଞ୍ଚଳ ଦେଇ ଯାଉଥିବା ବେଳେ ହିଂସା ଘଟିଥିଲା। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କିଛି ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳ ଭଳି ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ହାଓ୍ବାଡାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ହିଂସା ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର