କାଲି ପଟିଆଲା ଜେଲରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ, ୧୯୮୮ର ରୋଡ ରେଜ୍ ମାମଲାରେ ଯାଇଥିଲେ ଜେଲ୍‌

The Sakala Picture
Published On

ଚଣ୍ଡିଗଡ : ଆସନ୍ତାକାଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଜେଲରୁ ମୁକ୍ତ କରାଯିବ। ଏନେଇ ତାଙ୍କ ଅଫିସିଆଲ୍ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ବିଟ କରାଯାଇଛି। ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ  ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି। ଆସନ୍ତକାଲି ଅର୍ଥାତ ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବେ। ସିଦ୍ଧୁଙ୍କ ଓକିଲ ଏଚ୍ ପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ […]

ଚଣ୍ଡିଗଡ : ଆସନ୍ତାକାଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଜେଲରୁ ମୁକ୍ତ କରାଯିବ। ଏନେଇ ତାଙ୍କ ଅଫିସିଆଲ୍ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ବିଟ କରାଯାଇଛି। ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ  ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି। ଆସନ୍ତକାଲି ଅର୍ଥାତ ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସିଦ୍ଧୁଙ୍କ ଓକିଲ ଏଚ୍ ପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ ଜେଲ୍ ମାନୁଆଲ୍ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯାଇପାରିବ । ଏହି ଆଧାରରେ ଶନିବାର ଦିନ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ


ଏହା ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ସିଦ୍ଧୁଙ୍କୁ ସେହି୫୦ ଜଣ କଏଦୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ ଯାହାଙ୍କୁ ଗଣତନ୍ତ୍ର ଦିବସରେ ବିଶେଷ ଭାବେ ଜେଲ୍‌ ଦଣ୍ଡ କୋହଳ କରାଯାଇ ମୁକ୍ତ କରାଯାଇଥିଲା। କିନ୍ତୁ ସିଦ୍ଧୁଙ୍କୁ ସେହିସମୟରେ ମୁକ୍ତ କରାଯାଇନଥିଲା। କଂଗ୍ରେସର ପଞ୍ଜାବ ୟୁନିଟ୍ ର ଅନେକ ନେତା ପଟିଆଲା ଜେଲରୁ ସମୟ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କୁ ମୁକ୍ତ ନକରବାକୁ ନେଇ ରାଜ୍ୟରେ ଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ କି ୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠୁ ସିଦ୍ଧୁ ଜେଲରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର