ଆଦାନୀ ପ୍ରସଙ୍ଗରେ କହିବାପରେ ଡରିଯାଇଛନ୍ତି ପ୍ରଧାନମନ୍ତ୍ରୀ, ସଂସଦରେ କହିବାକୁ ମତେ ସୁଯୋଗ ମିଳିନପାରେ: ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ :  ଆଦାନୀ ଓ ରାହୁଲଙ୍କ ପ୍ରସଙ୍ଗରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ କ୍ରମାଗତ ୪ଦିନ ଚାଲିପାରୁନାହିଁ। ଆଦାନୀ ଏବଂ ଲଣ୍ଡନରେ କଂଗ୍ରେସ ସାଂସଦ ରାହୁଲଙ୍କ ଭାଷଣକୁ ନେଇ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ହେଉଛନ୍ତି। ବିରୋଧୀ ଦଳ ପକ୍ଷରୁ ଆଦାନୀ ପ୍ରସଙ୍ଗକୁ ନେଇ ସଂସଦୀୟ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ କାର୍ଯ୍ୟର ପୁନଃ ଦାବି କରାଯାଉଥିବା ବେଳେ ଶାସକ ଗୋଷ୍ଠୀ ପକ୍ଷରୁ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ଭାଷଣକୁ ନେଇ ପ୍ରଶ୍ନ ଉଠାଯିବା ସହିତ […]

ନୂଆଦିଲ୍ଲୀ :  ଆଦାନୀ ଓ ରାହୁଲଙ୍କ ପ୍ରସଙ୍ଗରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ କ୍ରମାଗତ ୪ଦିନ ଚାଲିପାରୁନାହିଁ। ଆଦାନୀ ଏବଂ ଲଣ୍ଡନରେ କଂଗ୍ରେସ ସାଂସଦ ରାହୁଲଙ୍କ ଭାଷଣକୁ ନେଇ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ହେଉଛନ୍ତି। ବିରୋଧୀ ଦଳ ପକ୍ଷରୁ ଆଦାନୀ ପ୍ରସଙ୍ଗକୁ ନେଇ ସଂସଦୀୟ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ କାର୍ଯ୍ୟର ପୁନଃ ଦାବି କରାଯାଉଥିବା ବେଳେ ଶାସକ ଗୋଷ୍ଠୀ ପକ୍ଷରୁ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ଭାଷଣକୁ ନେଇ ପ୍ରଶ୍ନ ଉଠାଯିବା ସହିତ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଉଛି। ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାହୁଲ ଗାନ୍ଧୀ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଜଣେ ସାଂସଦ ହିସାବରେ ମୋର ପ୍ରଥମ ଦାୟିତ୍ୱ ସଂସଦରେ ଉତ୍ତର ଦେବା; ଏହା ପରେ ହିଁ ମୁଁ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ଦେଇ ପାରିବି। ମୁଁ ଆଶାବାଦୀ; ଯଦିଓ ନିଶ୍ଚିତ ନୁହେଁ ଯେ ସେମାନେ ମୋତେ ଶୁକ୍ରବାର ସଂସଦରେ ଭାଷଣ ଦେବାକୁ ଅନୁମତି ଦେବେ’ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ।  ରାହୁଲ କହିଛନ୍ତି, ‘ମୁଁ ଲୋକସଭା ବାଚସ୍ପତିଙ୍କୁ କହିଥିଲି ଯେ ମୁଁ ସଂସଦରେ କହିବାକୁ ଚାହୁଁଛି। ୪ ଜଣ ମନ୍ତ୍ରୀ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ଏହାର ଜବାବ ଦେବାର ଅଧିକାର ମୋର ରହିଛି। ଯଦି ଭାରତୀୟ ଗଣତନ୍ତ୍ର କାର୍ଯ୍ୟ କରୁଥାନ୍ତା, ତେବେ ମୁଁ ସଂସଦରେ ଭାଷଣ ଦେଇ ପାରିବି। ଅଦାନୀ ଗ୍ରୁପ୍‌ ବିଷୟରେ ମୁଁ ଗତ ସଂସଦ ଭାଷଣରେ ପଚାରିଥିବା ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦେଇନାହାନ୍ତି’ ବୋଲି ରହୁଲ ଅଭିଯୋଗ କରିଛନ୍ତି।

ରାହୁଲଙ୍କ ଅଭିଯୋଗ ଅନୁସାରେ, ଆଜି ସେ ସଦନକୁ ଯିବାର ଗୋଟିଏ ମିନିଟ୍ ପରେ ଗୃହ ମୁଲତବୀ କରାଯାଇଥିଲା। ଫଳରେ ସେ ବିଜେପି ନେତାମାନଙ୍କୁ ଜବାବ ଦେଇପାରି ନଥିଲେ। ତାଙ୍କୁ ଜବାବ ଦେବାକୁ ଅନୁମତି ମିଳିଲେ ଯାଇ ଏହାର ଜବାବ ଦେବେ ବୋଲି ରାହୁଲ କହିଛନ୍ତି।ସେ କହିଛନ୍ତି ‘ସଦନରେ ମୁଁ କେମିତି ଅନୁଭବ କରୁଛି ସେ ବିଷୟରେ କହିବାକୁ ଆଜି ସକାଳେ ମୁଁ ସଂସଦ ଯାଇଥିଲି। ଗୃହରେ ମୋତେ କହିବାକୁ ଅନୁମତି ଦେବା ମୋର ଅଧିକାର। ତେଣୁ ମୋତେ କହିବାକୁ ସୁଯୋଗ ଦେବା ପାଇଁ ଲୋକସଭା ଅଧ୍ୟକ୍ଷକଙ୍କୁ ମୁଁ ଅନୁରୋଧ କରିଥିଲି। ହେଲେ ମୋତେ ଅନୁମତି ମିଳି ନଥିଲା ବୋଲି ରାହୁଲ କହିଛନ୍ତି।

ସେ କହିଛନ୍ତି, କିଛି ଦିନ ପୂର୍ବେ ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ବାବଦରେ ମୁଁ ଯେଉଁ ପ୍ରଶ୍ନ ପଚାରି ଥିଲି ତାକୁ ସଂସଦର କାର୍ଯ୍ୟକ୍ରମରୁ ହଟାଇଦିଆଯାଇଥିଲା । ଏହି ସବୁ କଥାକୁ ମୁଁ ଲୋକଙ୍କ ଆଗରେ ରଖିଛି । ସେହି ଭାଷଣରେ ଏଭଳି କିଛି ନଥିଲା ଯାହାକୁ ସାର୍ବଜନୀନ ରେକର୍ଡରେ ନାହିଁ । ସରକାରୀ ଆଦାନୀଙ୍କୁ ଡରୁଛନ୍ତି ସେଥିପାଇଁ ଏଭଳି କାମ କରୁଛନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗୁଛି ସଂସଦରେ ମୋତେ କହିବାକୁ ସୁଯୋଗ ମିଳିନପାରେ । ଚାରିଜଣ ମନ୍ତ୍ରୀ ମୋ ବାବଦରେ ଅଭିଯୋଗ ଲଗାଇଛନ୍ତି ତେଣୁ ଏବାବଦରେ ଜବାବ ଦେବା ମୋ ଦାୟିତ୍ୱ । ମୁଁ ଲୋକସଭା ବାଚସ୍ପତିଙ୍କ ପାଖରେ ଅନୁରୋଧ କରିଛି ଯେ ମୋତେ କହିବାକୁ ସୁଯୋଗ ମିଳୁ । ସରକାର ଯାହା କରୁଛନ୍ତି ତାହା ଆଦାନୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରୁଛନ୍ତି ।

16 Mar 2023 By The Sakala

https://www.thesakala.in/national-international/dont-think-govt-will-allow-me-to-speak-in-parliament-says-rahul-gandhi/article-19856
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର