ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରୁ ମିଳିଲା ପରଫ୍ୟୁମ୍‌ ବୋମା; ଛୁଇଁବା ମାତ୍ରେ ହେଉଛି ବ୍ଲାଷ୍ଟ, ଘାଟିରେ ଆତଙ୍କ

The Sakala Picture
Published On

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ନୂଆ ତରିକାରେ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଜଣେ ଆତଙ୍କବାଦୀକୁ ପୋଲିସ ଗିରଫ କରିଛି, ଯିଏ ନରଓ୍ଵାଲ ଅଞ୍ଚଳରେ ହୋଇଥିବା ଡବଲ୍‌ ବ୍ଲାଷ୍ଟ୍‍ ରେ ସାମିଲ ଥିଲା। ଏହି ଆତଙ୍କବାଦୀ ପରଫ୍ୟୁମ୍‌ IEDର ବ୍ୟବହାର କରିଥିଲା। ପୋଲିସ ତା’ ପାଖରୁ ପରଫ୍ୟୁମ୍‌ IED […]

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ନୂଆ ତରିକାରେ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଜଣେ ଆତଙ୍କବାଦୀକୁ ପୋଲିସ ଗିରଫ କରିଛି, ଯିଏ ନରଓ୍ଵାଲ ଅଞ୍ଚଳରେ ହୋଇଥିବା ଡବଲ୍‌ ବ୍ଲାଷ୍ଟ୍‍ ରେ ସାମିଲ ଥିଲା। ଏହି ଆତଙ୍କବାଦୀ ପରଫ୍ୟୁମ୍‌ IEDର ବ୍ୟବହାର କରିଥିଲା। ପୋଲିସ ତା’ ପାଖରୁ ପରଫ୍ୟୁମ୍‌ IED ମଧ୍ୟ ଜବତ କରିଛି, ଯାହା ଜମ୍ମୁ-କାଶ୍ମୀରରୁ ପ୍ରଥମ ଥର ମିଳିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲକ୍ସର-ଏ-ତୋଏବା ପାଇଁ କାମ କରୁଥିବା ଏହି ଆତଙ୍କୀ ନିକଟରୁ ଏକ ପରଫ୍ୟୁମ୍ ବମ୍ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ପ୍ରଥମ ଥର ପରଫ୍ୟୁମ୍‌ IED ମିଳିବା ଦ୍ୱାରା ଘାଟି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏହି IED ଏତେ ଭୟଙ୍କର ଯେ ଏହାକୁ ଖୋଲିବା କିମ୍ବା ଦବାଇବାକୁ ଚେଷ୍ଟା କଲା ମାତ୍ରେ ତାହା ବଡ଼ ଜୋର୍‌ରେ ବିସ୍ଫୋରଣ କରିଥାଏ। ପୋଲିସ ଆରିଫ୍‌ ନାମକ ଆତଙ୍କବାଦୀକୁ ଗିରଫ କରିଛି, ଯିଏ ୩ ବର୍ଷ ହେବ ପାକିସ୍ତାନରେ ରହି ଲସ୍କର-ଏ-ତୈୟବାର ସମ୍ପର୍କରେ ଥିଲା। ସୂଚନା ମୁତାବକ, ୨୦ ଜାନୁୟାରୀରେ ୨ଟି ବମ୍‌ ପ୍ଲାଣ୍ଟ କରାଯାଇଥିଲା ଏବଂ ୨୧ ଜାନୁୟାରୀରେ ୨୦ ମିନିଟ୍‌ ଅନ୍ତରାଳରେ ଘାଟିରେ ଦୁଇ ଦୁଇଟି IED ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଲୋକେ ବ୍ୟବହାର କରୁଥିବା ପରଫୁମ୍ କେନକୁ ନେଇ ସେଥିରେ ଆଇଡି ଖଞ୍ଜାଯାଇଥିଲା । ଏବଂ ଲୋକ ଚଳପ୍ରଚଳ କରୁଥିବା ରାସ୍ତାରେ ରଖିଦିଆଯାଇଥିଲା । କୌଣସି ବି ଲୋକ ପରଫ୍ୟୁମ୍ ଡବାରେ ଆଇଇଡି ଥିବା ଜାଣିପାରିନଥିଲେ । ତେଣୁ ପରଫ୍ୟୁମ୍ ଡବାକୁ ଛୁଇଁବା ମାତ୍ରେ ବଡ ବିସ୍ଫୋରଣ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର