ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ; ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ପହିଲାରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ । ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ସର୍ଭେ ରିପୋର୍ଟରେ ବିଗତ ବର୍ଷର ହିସାବ ଏବଂ ଆଗାମୀ ବର୍ଷ ପାଇଁ ପରାମର୍ଶ, ଆହ୍ୱାନ ଏବଂ ସମାଧାନ ସମ୍ପର୍କରେ ତଥ୍ୟ ରହିଛି। କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ […]

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ପହିଲାରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ । ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ସର୍ଭେ ରିପୋର୍ଟରେ ବିଗତ ବର୍ଷର ହିସାବ ଏବଂ ଆଗାମୀ ବର୍ଷ ପାଇଁ ପରାମର୍ଶ, ଆହ୍ୱାନ ଏବଂ ସମାଧାନ ସମ୍ପର୍କରେ ତଥ୍ୟ ରହିଛି। କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ ତତ୍ତ୍ୱାବଧାନରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅର୍ଥମନ୍ତ୍ରୀ ସଂସଦରେ ଏହାକୁ ଉପସ୍ଥାପନ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ସବୁ ରଖିବେ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ସର୍ଭେ ରିପୋର୍ଟରେ ସରକାରଙ୍କ ଆର୍ଥିକ ବିକାଶ ସହିତ ମୁଦ୍ରା ପରିଚାଳନା ଏବଂ ବାହ୍ୟ କ୍ଷେତ୍ର ବିଷୟରେ ତଥ୍ୟ ଉପଲବ୍ଧ। ଏଥିରେ ଆହୁରି ମଧ୍ୟ ସୂଚନା ରହିଛି ଯେ ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମର ଫଳାଫଳ କ’ଣ ହୋଇଛି ଏବଂ ସେଗୁଡିକ ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇଛି। ୧୯୫୦-୫୧ ମସିହାରେ ଦେଶର ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୧୯୬୪ ପର୍ଯ୍ୟନ୍ତ ଦେଶର ସାଧାରଣ ବଜେଟ୍ ସହିତ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା, କିନ୍ତୁ ପରେ ଏହାକୁ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପନ କରାଯାଇଆସୁଛି। ଅର୍ଥନୈତିକ ସର୍ଭେ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ବିଭାଗ ପ୍ରସ୍ତୁତ କରିଥାଏ। ଆଜି ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ସରକାର କିଛି ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଛନ୍ତି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦୁଇଦିନରେ ରହିବନି ଶୂନ୍ୟକାଳ ଓ ପ୍ରଶ୍ନକାଳ । କୌଣସି ପ୍ରକାର ଜରୁରୀ ସାଧାରଣ ପ୍ରସଙ୍ଗ ଫେବ୍ରୁଆରୀ ୨ରୁ ପ୍ରଶ୍ନକାଳ ମଧ୍ୟରେ ଉତଥାପନ କରାଯାଇପାରିବ ।

31 Jan 2023 By The Sakala

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ; ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ପହିଲାରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ । ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ସର୍ଭେ ରିପୋର୍ଟରେ ବିଗତ ବର୍ଷର ହିସାବ ଏବଂ ଆଗାମୀ ବର୍ଷ ପାଇଁ ପରାମର୍ଶ, ଆହ୍ୱାନ ଏବଂ ସମାଧାନ ସମ୍ପର୍କରେ ତଥ୍ୟ ରହିଛି। କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ ତତ୍ତ୍ୱାବଧାନରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅର୍ଥମନ୍ତ୍ରୀ ସଂସଦରେ ଏହାକୁ ଉପସ୍ଥାପନ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ସବୁ ରଖିବେ ।

ସର୍ଭେ ରିପୋର୍ଟରେ ସରକାରଙ୍କ ଆର୍ଥିକ ବିକାଶ ସହିତ ମୁଦ୍ରା ପରିଚାଳନା ଏବଂ ବାହ୍ୟ କ୍ଷେତ୍ର ବିଷୟରେ ତଥ୍ୟ ଉପଲବ୍ଧ। ଏଥିରେ ଆହୁରି ମଧ୍ୟ ସୂଚନା ରହିଛି ଯେ ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମର ଫଳାଫଳ କ’ଣ ହୋଇଛି ଏବଂ ସେଗୁଡିକ ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇଛି। ୧୯୫୦-୫୧ ମସିହାରେ ଦେଶର ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୧୯୬୪ ପର୍ଯ୍ୟନ୍ତ ଦେଶର ସାଧାରଣ ବଜେଟ୍ ସହିତ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା, କିନ୍ତୁ ପରେ ଏହାକୁ ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପନ କରାଯାଇଆସୁଛି। ଅର୍ଥନୈତିକ ସର୍ଭେ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ବିଭାଗ ପ୍ରସ୍ତୁତ କରିଥାଏ। ଆଜି ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩ ଉପସ୍ଥାପନ କରିବେ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ସରକାର କିଛି ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଛନ୍ତି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦୁଇଦିନରେ ରହିବନି ଶୂନ୍ୟକାଳ ଓ ପ୍ରଶ୍ନକାଳ । କୌଣସି ପ୍ରକାର ଜରୁରୀ ସାଧାରଣ ପ୍ରସଙ୍ଗ ଫେବ୍ରୁଆରୀ ୨ରୁ ପ୍ରଶ୍ନକାଳ ମଧ୍ୟରେ ଉତଥାପନ କରାଯାଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର