ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ

The Sakala Picture
Published On

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ […]

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ନେଇ ମିଥ୍ୟାର ପ୍ରଚାର କରୁଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବିଜୟ ସିଂହ କହିଛନ୍ତି ଯେ ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀ ଅନୁରୋଧ କରିଥିଲେ ଯେ କର୍ମୀଙ୍କୁ ଏୟାରଲିଫ୍ଟ କରାଯିବା ଦରକାର, କିନ୍ତୁ ପିଏମ୍‌ ମୋଦୀ ସହମତ ହୋଇନଥିଲେ। ଏଭଳି ଭୁଲ୍‌ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦରେ ପୁଲଓ୍ବାମାକୁ ନେଇ କୌଣସି ରିପୋର୍ଟ ରଖାଯାଇନାହିଁ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କେନ୍ଦ୍ର ସରକାରଙ୍କ ଉପରେ ସେ ବର୍ଷିବା ସହ କହିଥିଲେ, ସରକାର କାଶ୍ମୀର ସମସ୍ୟାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି । ଭୋଟ ପାଇଁ ସାରା ଦେଶରେ ଘୃଣା ବାଣ୍ଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେ ଟାର୍ଗେଟ କରି କହିଛନ୍ତି, ଆପଣ କଣ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମର ପ୍ରଚାର କରିଥିବା ଦେଖିଥିଲେ? ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ଫାଇଲ୍ସର ପ୍ରଚାରର ବ୍ୟସ୍ତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର