ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ

The Sakala Picture
Published On

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ […]

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ନେଇ ମିଥ୍ୟାର ପ୍ରଚାର କରୁଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବିଜୟ ସିଂହ କହିଛନ୍ତି ଯେ ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀ ଅନୁରୋଧ କରିଥିଲେ ଯେ କର୍ମୀଙ୍କୁ ଏୟାରଲିଫ୍ଟ କରାଯିବା ଦରକାର, କିନ୍ତୁ ପିଏମ୍‌ ମୋଦୀ ସହମତ ହୋଇନଥିଲେ। ଏଭଳି ଭୁଲ୍‌ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦରେ ପୁଲଓ୍ବାମାକୁ ନେଇ କୌଣସି ରିପୋର୍ଟ ରଖାଯାଇନାହିଁ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

କେନ୍ଦ୍ର ସରକାରଙ୍କ ଉପରେ ସେ ବର୍ଷିବା ସହ କହିଥିଲେ, ସରକାର କାଶ୍ମୀର ସମସ୍ୟାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି । ଭୋଟ ପାଇଁ ସାରା ଦେଶରେ ଘୃଣା ବାଣ୍ଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେ ଟାର୍ଗେଟ କରି କହିଛନ୍ତି, ଆପଣ କଣ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମର ପ୍ରଚାର କରିଥିବା ଦେଖିଥିଲେ? ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ଫାଇଲ୍ସର ପ୍ରଚାରର ବ୍ୟସ୍ତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର