ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪ ସିଟ୍‌ରେ ଜିତିଲା AAP

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ୨୫୦ ଆସନରୁ ଏବେସୁଦ୍ଧା ୧୩୨ ଅକ୍ତିଆର କରିଛି […]

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ୨୫୦ ଆସନରୁ ଏବେସୁଦ୍ଧା ୧୩୨ ଅକ୍ତିଆର କରିଛି ଆପ୍ । ୧୦୫ ସିଟରେ ଆପ୍ ପ୍ରାର୍ଥୀ ଜିତି ସାରିଥିବା ବେଳେ ୩୦ ଆସନରେ ଆପ୍ ଆଗରେ ରହିଛି । ବିଜେପି ୮୫ ସିଟ୍ ଜିତି ସାରିଥିବା ବେଳେ ୧୦ ସିଟରେ ଆଗରେ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏବେସୁଦ୍ଧା କଂଗ୍ରେସକୁ ୪ ଆସନରେ ବହୁମତ ମିଳି ସାରିଥିବା ବେଳେ ୬ ଆସନରେ ଆଗରେ ରହିଛି । ଏମସିଡିରେ ବହୁମତ ପାଇଁ ୧୨୬ ଆସନ ଆବଶ୍ୟକ । ସେପଟେ ବହୁମତ ଠାରୁ ଅଧିକ ସିଟ ପାଇବା ପରେ ଆପ୍ ପାର୍ଟି ଅଫିସରେ ଉତ୍ସବର ମାହୋଲ । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ ବହୁ ମାର୍ଜିନରେ ଜିତିବ ବୋଲି ଜାରି କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଦିଲ୍ଲୀବାସୀ ହିଂସା ଓ ଘୃଣା ରାଜନୀତିକୁ ନପସନ୍ଦ କରିଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି । ମହାନଗର ନିଗମର ୨୫୦ଟି ଓ୍ବାର୍ଡରେ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

07 Dec 2022 By The Sakala

ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪ ସିଟ୍‌ରେ ଜିତିଲା AAP

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ୨୫୦ ଆସନରୁ ଏବେସୁଦ୍ଧା ୧୩୨ ଅକ୍ତିଆର କରିଛି ଆପ୍ । ୧୦୫ ସିଟରେ ଆପ୍ ପ୍ରାର୍ଥୀ ଜିତି ସାରିଥିବା ବେଳେ ୩୦ ଆସନରେ ଆପ୍ ଆଗରେ ରହିଛି । ବିଜେପି ୮୫ ସିଟ୍ ଜିତି ସାରିଥିବା ବେଳେ ୧୦ ସିଟରେ ଆଗରେ ରହିଛି ।

ଏବେସୁଦ୍ଧା କଂଗ୍ରେସକୁ ୪ ଆସନରେ ବହୁମତ ମିଳି ସାରିଥିବା ବେଳେ ୬ ଆସନରେ ଆଗରେ ରହିଛି । ଏମସିଡିରେ ବହୁମତ ପାଇଁ ୧୨୬ ଆସନ ଆବଶ୍ୟକ । ସେପଟେ ବହୁମତ ଠାରୁ ଅଧିକ ସିଟ ପାଇବା ପରେ ଆପ୍ ପାର୍ଟି ଅଫିସରେ ଉତ୍ସବର ମାହୋଲ । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ ବହୁ ମାର୍ଜିନରେ ଜିତିବ ବୋଲି ଜାରି କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି ।

ଦିଲ୍ଲୀବାସୀ ହିଂସା ଓ ଘୃଣା ରାଜନୀତିକୁ ନପସନ୍ଦ କରିଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି । ମହାନଗର ନିଗମର ୨୫୦ଟି ଓ୍ବାର୍ଡରେ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।

https://www.thesakala.in/national-international/delhi-municipal-corporation-election-aap-wins-134-seats/article-17161
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର