ଏକଜିଟ୍ ପୋଲ: ବିଜେପି ହାତରୁ ଖସିବ ଦିଲ୍ଲୀ ମହାନଗର ନିଗମ, ଆପକୁ ମିଳିବ ବଡ଼ ସଫଳତା

The Sakala Picture
Published On

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା […]

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସୂଚନା ଅନୁଯାୟୀ,  ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ ଆସନରେ ଭୋଟ ହୋଇଥିଲା। ଆସନ୍ତା ବୁଧବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଏହାର ଅର୍ଥ ଭୋଟ ଦେବା ପରେ ଲୋକମାନେ ଦେଇଥିବା ମତାମତକୁ ଆଧାର କରି ଏହି ରେଜଲ୍ଟ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଆଜତକ କରିଥିବା ଏକଜିଟ ପୋଲ ରିପୋର୍ଟ ଅନୁସାରେ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦିଲ୍ଲୀ ମହାନଗର ନିଗମର ୨୫୦ଟି ୱାର୍ଡରୁ ୧୪୯ରୁ ୧୭୧ଟିରେ ଜିତିବ। ସେହିପରି ଟାଇମ୍ସ ନାଓରେ କୁହାଯାଇଛି ଯେ ଆପ୍‌ ୧୪୬ରୁ ୧୫୬ଟି ଆସନ ଜିତିବ। ଆଜତକ କହିଛି ଯେ ବିଜେପି ୬୯ରୁ ୯୧ଟି ଓ ଟାଇମ୍ସ ନାଓରେ ବିଜେପି ୮୪-୯୪ ଆସନ ମଧ୍ୟରେ ସୀମିତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର