ଆରଜେଡି ମୁଖ୍ୟ ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ: କିଡନୀ ଦାନ କଲେ ଝିଅ ରୋହିଣୀ ଆଚାର୍ଯ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ […]

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନା ଅନୁସାରେ, ଆରଜେଡି ମୁଖ୍ୟ ଲାଲୁ ଦୀର୍ଘ ଦିନ ଧରି ଅନେକ ରୋଗରେ ପୀଡିତ ଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ରହିଛି । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଆକ୍ଟୋବର ମାସରେ ସିଙ୍ଗାପୁର ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହାପରେ ଝିଅ ରୋହିଣୀଙ୍କ କିଡନୀ ସହ ତାଙ୍କ କିଡନୀ ମ୍ୟାଚ୍ କରିବାରୁ ଆଜି ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଛି । ଲାଲୁଙ୍କ ୨ଟି ଯାକ କିଡ଼ନୀ ୨୮% କାମ କରୁଥିବା ବେଳେ ରୋହିଣୀଙ୍କ କିଡ଼ନୀ ୯୦%ରୁ ୯୫ % କାମ କରୁଛି। ଏହା ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ ହେବା ଦ୍ୱାରା ତାହା ୭୦%ରୁ ଊର୍ଦ୍ଧ୍ୱ କାମ କରିବ । ଯାହା ଦ୍ୱାରା ଜଣେ ସୁସ୍ଥ ଜୀବନଯାପନ କରିପାରିବ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର