ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ ୟୁକ୍ରେନ ଯୁଦ୍ଧ; ଦିନକୁ ୫୦ ହଜାର ରାଉଣ୍ଡ ଗୁଳିମାଡ଼ କରୁଛି ରୁଷ୍

The Sakala Picture
Published On

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ସମୟରେ ୟୁକ୍ରେନ ରୁଷ୍‌ ଉପରେ ୬ରୁ ୭ ହଜାର ରାଉଣ୍ଡ ଗୁଳି ବର୍ଷଣ କରୁଥିଲା। ୟୁରୋପିଆନ କାଉନସିଲର ପ୍ରତିରକ୍ଷା […]

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ସମୟରେ ୟୁକ୍ରେନ ରୁଷ୍‌ ଉପରେ ୬ରୁ ୭ ହଜାର ରାଉଣ୍ଡ ଗୁଳି ବର୍ଷଣ କରୁଥିଲା। ୟୁରୋପିଆନ କାଉନସିଲର ପ୍ରତିରକ୍ଷା ବିଶେଷଜ୍ଞ କ୍ୟାମିଲେ ଗ୍ରାଣ୍ଡ ଏହି ସୂଚନା ଦେଇଛନ୍ତି। ନାଟୋ ଅଧିକାରୀଙ୍କ ଅନୁଯାୟୀ ଖେରସନ୍‌ରୁ ତଡା ଖାଇବା ପରେ ରୁଷ୍‌ କ୍ରମାଗତ ଭାବେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ଲାଗିଛି। ଏଥିଯୋଗୁଁ ୟୁକ୍ରେନରେ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଛି। ତେବେ ୭୫ ପ୍ରତିଶତ ସିଷ୍ଟମର ପୁନରୁଦ୍ଧାର ହୋଇସାରିଛି। ଏହା ସତ୍ତ୍ବେ ୟୁକ୍ରେନକୁ ସମସ୍ୟାର କଳା ବାଦଲ ଛାଇ ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ରୁଷ୍‌ ଏୟାର ଷ୍ଟ୍ରାଇକ୍‌ର ସାମ୍‌ନା କରିବା ପାଇଁ ୟୁକ୍ରେନ୍‌ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି। ୟୁକ୍ରେନ ପାଖରେ ଆର୍ଟିଲାରୀ, ଅସ୍ତ୍ରଶସ୍ତ୍ର ଏବଂ ଏୟାର ଡିଫେନ୍ସ ସିଷ୍ଟମ ବହୁତ କମ୍‌ ରହିଛି। ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ ଦେଖାଦେଇଛି। ଏଥିଯୋଗୁଁ ପେଣ୍ଟାଗନ୍‌ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଦେଇପାରୁନାହିଁ। ଆମେରିକା ଅସ୍ତ୍ରଶସ୍ତ୍ରର ଏକ ବଡ଼ ଭାଗ ଏବେ ତାଇୱାନ ଏବଂ ଦକ୍ଷିଣ କୋରିଆରେ ରହିଛି। ଚୀନ୍‌ର ଆକ୍ରାମକ ଆଭିମୁଖ୍ୟ ଯୋଗୁଁ ଏହି ଅସ୍ତ୍ରଶସ୍ତ୍ରକୁ ସେଠାରୁ ହଟାଇବା ବି ସମ୍ଭବ ନୁହେଁ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଅନ୍ୟପକ୍ଷରେ ରୁଷ୍‌ରେ ମଧ୍ୟ ଅସ୍ତ୍ରଶସ୍ତ୍ର ସମସ୍ୟା ଦେଖାଦେଇଛି। ଏଥିଯୋଗୁଁ ମସ୍କୋ ପୁରୁଣା ଏବଂ ଦୁର୍ବଳ ଆର୍ଟିଲାରୀ ବ୍ୟବହାର କରୁଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ଏବଂ ଇରାନରୁ ଶସ୍ତା ଡ୍ରୋନ କିଣିବାକୁ ପ୍ରୟାସ କରୁଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର