ୟୁଆଇଡିଏଆଇର ରାଜ୍ୟଗୁଡିକୁ ପରାମର୍ଶ: ଯେକୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ

The Sakala Picture
Published On

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଏ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ରାଜ୍ୟଗୁଡିକୁ ଗୁରୁବାର ପରାମର୍ଶ ଦିଆଯାଇଛି। ୟୁଆଇଡିଏଆ କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର […]

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଏ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ରାଜ୍ୟଗୁଡିକୁ ଗୁରୁବାର ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ୟୁଆଇଡିଏଆ କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍-ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ। ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ। ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ। ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ । ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ ଚିହ୍ନଟ କରାଯାଇପାରିବ। ଟ୍ୟାମ୍ପରିଂ ଏକ ଦଣ୍ଡନୀୟ ଅପରାଧ ଏବଂ ଆଧାର ଅଧିନିୟମର ଧାରା ୩୫ ଅନୁଯାୟୀ ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ବ୍ୟବହାର ପୂର୍ବରୁ ଆଧାର ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉପରେ ୟୁଆଇଡିଏଆଇ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଯେତେବେଳେ ବି ଆଧାର ପରିଚୟପତ୍ର ପ୍ରମାଣ ଭାବରେ ଦାଖଲ ହେବ, ଲୋକମାନଙ୍କର ପ୍ରାମାଣୀକରଣ/ଯାଞ୍ଚ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ପରେ ଏକକ ପରିଚୟ ତଥ୍ୟ ଭାବରେ ଆଧାରକୁ ବ୍ୟବହାର କରାଯିବ। ପ୍ରାମାଣୀକରଣ/ଯାଞ୍ଚ ନିମନ୍ତେ ସ୍ୱୀକୃତିପ୍ରାପ୍ତ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ଗୁରୁତ୍ୱ ଦେବା ଏବଂ ଏ ଦିଗରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲ୍ ପାଳନ କରିବା ପାଇଁ ୟୁଆଇଏଡିଆଇ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି। ଯେ କୌଣସି ଆଧାରକୁ ଏମ୍-ଆଧାର ଆପ୍, କିମ୍ବା ଆଧାର କ୍ୟୁଆର୍ କୋଡ୍ ସ୍କାନର୍ ବ୍ୟବହାର କରି ଆଧରର ସମସ୍ତ ପ୍ରକାର (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ, ଏବଂ ଏମ୍ – ଆଧାର)ରେ ଉପଲବ୍ଧ କ୍ୟୁଆର୍ କୋର୍ଡକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ। ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆଧାରିତ ମୋବାଇଲ୍ ଫୋନ୍ ତଥା ୱିଣ୍ଡୋ ଆଧାରିତ ଆପ୍ ଗୁଡ଼ିକ ପାଇଁ କ୍ୟୁଆର୍ କୋଡ୍ ସ୍କାନର୍ ସ୍ୱତନ୍ତ୍ର ଭାବରେ ଉପଲବ୍ଧ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଲୋକମାନେ କାଗଜ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ନିଜର ପରିଚୟପତ୍ର ଉପସ୍ଥାପନ କରି ନିଜର ପରିଚୟ ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ବ୍ୟବହାର କରିପାରିବେ। ପୂର୍ବରୁ ଲୋକମାନଙ୍କ ପାଇଁ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ୟୁଆଇଡିଏଆଇ ପକ୍ଷରୁ ତଥ୍ୟ ଜାରି କରାଯାଇସାରିଛି। ଲୋକମାନେ ସେମାନଙ୍କର ଆଧାରକୁ ଆତ୍ମବିଶ୍ୱାସର ସହିତ ବ୍ୟବହାର କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର