ଫେବୃଆରୀ ୧୫ରୁ ହୋଇପାରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ୍‍

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଜାନୁଆରୀ ସୁଦ୍ଧା ପିଲାଙ୍କ ପ୍ରି ବୋର୍ଡ଼ […]

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଜାନୁଆରୀ ସୁଦ୍ଧା ପିଲାଙ୍କ ପ୍ରି ବୋର୍ଡ଼ ପରୀକ୍ଷା ମଧ୍ୟ ଶେଷ କରିବା ପାଇଁ ସିବିଏସଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନାଥାଉକି, ଚଳିତ ବର୍ଷ ଛାତ୍ରଛାତ୍ରୀ କେବଳ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ। ପୂର୍ବ ବର୍ଷ ଭଳି ଦୁଇଟି ଟର୍ମର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ୨୦୨୩ ବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାପାଇଁ ପାଖାପାଖି ୩୪ ଲକ୍ଷ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର