ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

The Sakala Picture
Published On

ମାଙ୍ଗାଲୁରୁ: ଗତ ଶନିବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣା ସାଧାରଣ ନଥିଲା। ବଂର ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି କର୍ଣ୍ଣାଟକ ପୁଲିସ ସୂଚନା ଦେଇଛି। ଭୟଙ୍କର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି । କର୍ଣ୍ଣାଟକ ଡିଜିପି ପ୍ରବୀଣ ସୂଦ ଟୁଇଟ୍ କରି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ସହ ରାଜ୍ୟ ପୁଲିସ ଘଟଣାର […]

ମାଙ୍ଗାଲୁରୁ: ଗତ ଶନିବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣା ସାଧାରଣ ନଥିଲା। ବଂର ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି କର୍ଣ୍ଣାଟକ ପୁଲିସ ସୂଚନା ଦେଇଛି। ଭୟଙ୍କର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୂଦ ଟୁଇଟ୍ କରି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ସହ ରାଜ୍ୟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେ କହିଛନ୍ତି ଘଟଣାକୁ ନେଇ ବର୍ତ୍ତମାନ ସୁନିଶ୍ଚିତ ହୋଇଛି ଯେ ଏହି ବିସ୍ଫୋରଣ ସଂଯୋଗ ବଶତଃ ନଥିଲା। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଗତକାଲି ମାଙ୍ଗାଲୁରୁରେ ସଂଗଠିତ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ରାଜ୍ୟ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କବାଦବିଜଡ଼ିତ କାଣ୍ଡ ବୋଲି ସନ୍ଦେହ ହେଉଛି। ରାଜ୍ୟ ପୁଲିସଙ୍କ ସହିତ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ମଧ୍ୟ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ସୂଚନା ଅନୁସାରେ, ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଡ୍ରାଇଭର ସମେତ ଯାତ୍ରୀ ବି ଆହତ ହୋଇଥିଲେ। ତେବେ ଯାତ୍ରୀଙ୍କ ବେଗ୍‌ରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣ କାରଣ ବୋଲି ଅଟୋ ଡ୍ରାଇଭର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର