ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ ପ୍ରତିଷ୍ଠାନ; କିଭ୍ ସହ ବହୁ ସହରରେ ୫୦ କ୍ଷେପଣାସ୍ତ୍ର ମାଡ଼

The Sakala Picture
Published On

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ବାଦ୍‌ ଦେଇ ରୁଷ ସେନା ଜନବସତି ଏବଂ ୟୁକ୍ରେନର ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରିଛି। […]

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ବାଦ୍‌ ଦେଇ ରୁଷ ସେନା ଜନବସତି ଏବଂ ୟୁକ୍ରେନର ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୋମବାର ହୋଇଥିବା ଆକ୍ରମଣରେ ପ୍ରାୟ ୩.୫୦ ଲକ୍ଷ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି। ଏହାବ୍ୟତୀତ ଜନବସତିକୁ ମଧ୍ୟ ରୁଷ ସେନା ଛାଡୁ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ସୋମବାର ହୋଇଥିବା ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ୟୁକ୍ରେନ ପକ୍ଷରୁ କିଛି କୁହାଯାଇ ନାହିଁ। କିନ୍ତୁ କିଭ୍‌ ଏବଂ ଖାରକିଭ୍‌ର ସର୍ବାଧିକ ଅଞ୍ଚଳ ଏବେ ଅନ୍ଧକାରମୟ ହୋଇପଡ଼ିଛି। ଏହି ସହରଗୁଡିକର ବିଦ୍ୟୁତ କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ପ୍ରତିଷ୍ଠାନଗୁଡିକ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଇ ଧ୍ବସ୍ତବିଧ୍ବସ୍ତ କରି ଦିଆଯାଇଥିବା କୁହାଯାଇଛି। ଫଳରେ ୟୁକ୍ରେନର ସ୍ଥିତି ପୂର୍ବାପେକ୍ଷା ଆହୁରି ଜଟିଳ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଅନ୍ୟପକ୍ଷରେ ରୁଷିଆର ଏକ କ୍ଷେପଣାସ୍ତ୍ରକୁ ୟୁକ୍ରେନ ସେନା ମାଡ଼ କରି ଖସାଇ ଦେଇଥିଲାବେଳେ ଏହା ମାଲଡୋଭା ଗ୍ରାମାଞ୍ଚଳରେ ପଡ଼ିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କ୍ଷେପଣାସ୍ତ୍ର ବ୍ୟତୀତ ରୁଷ ସେନା ପକ୍ଷରୁ ବିଭିନ୍ନ ସହରରେ ଡ୍ରୋନ ଦ୍ବାରା ମଧ୍ୟ ଆକ୍ରମଣ ଜାରି ରହିଛି। କୃଷ୍ଣ ସାଗରରେ କ୍ରିମଆ ନିକଟରେ ରହିଥିବା ରୁଷିଆର ଏକ ଯୁଦ୍ଧ ଜାହାଜ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯିବା ପରେ ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସୋମବାର ଏଭଳି ଆକ୍ରମଣ କରିଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର