ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ନ ମିଳିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

The Sakala Picture
Published On

ଉତ୍ତର ପ୍ରଦେଶ: ଶୋକରେ ପରିଣତ ହେଲା ବିବାହର ଖୁସି । ରସଗୋଲା ନ ମିଳିବାରୁ ବିବାହ ଭୋଜିରେ ଘଟିଲା ତୁମୁଳ କାଣ୍ଡ । ରସଗୋଲାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଘଟିଲା ଭୟାନକ ମାରପିଟ । ମାରପିଟ ଭିତରେ କେହିଜଣେ ଛୁରୀରେ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଦେଲା । ମେଡିକାଲ ନେବାପରେ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ […]

ଉତ୍ତର ପ୍ରଦେଶ: ଶୋକରେ ପରିଣତ ହେଲା ବିବାହର ଖୁସି । ରସଗୋଲା ନ ମିଳିବାରୁ ବିବାହ ଭୋଜିରେ ଘଟିଲା ତୁମୁଳ କାଣ୍ଡ । ରସଗୋଲାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ଘଟିଲା ଭୟାନକ ମାରପିଟ । ମାରପିଟ ଭିତରେ କେହିଜଣେ ଛୁରୀରେ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଦେଲା । ମେଡିକାଲ ନେବାପରେ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜାଖୋଜି କରୁଛି। ଏଭଳି ଅଘଟଣ ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ ।

ଆହୁରି ପଢ଼ନ୍ତୁ: ଜାତିସଂଘର 'କାର୍ବନ ଟ୍ୟାକ୍ସ' ବନ୍ଦ କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଗର୍ବ: ଜାଣନ୍ତୁ କ'ଣ ଥିଲା ସିପିଂ ଇଣ୍ଡଷ୍ଟ୍ରି ପାଇଁ ଆଇଏମଓ(IMO)ର ଯୋଜନା

ସୂଚନା ଅନୁସାରେ, ଏଠାରେ ରହୁଥିବା ଉସ୍‌ମାନ ନାମକ ବ୍ୟକ୍ତିଙ୍କର ଦୁଇ ଝିଅ ଜୈନବ ଓ ଶାଜିୟାଙ୍କ ବିବାହ ଉକ୍ତ ଅଞ୍ଚଳର ଓ୍ଵାକର ନାମକ ବ୍ୟକ୍ତିଙ୍କର ଦୁଇ ପୁଅ ଜାଭେଦ ଓ ରଶିଦଙ୍କ ସହିତ ହେବାର ଥିଲା। ବିବାହ ଦିନ ଦୁଇ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲେ। କିନ୍ତୁ କନ୍ୟାଘରେ ବିବାହ ଭୋଜିରେ ଖାଇବାବେଳେ ରସଗୋଲାକୁ ନେଇ ବରପକ୍ଷ ବିବାଦ ଆରମ୍ଭ କରିଥିଲେ। ବିବାହ ରୀତି ଆରମ୍ଭ ହେବା ପୂର୍ବରୁ ଭୋଜି ସମୟରେ ବରଯାତ୍ରୀମାନେ ରସଗୋଲା ଦାବି କରିଥିଲେ। କିନ୍ତୁ ରସଗୋଲା ନ ଥିବାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମାରପିଟ ଆରମ୍ଭ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟର କଥା, ମାରପିଟ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଉଭୟ ପକ୍ଷର ଲୋକେ ପରସ୍ପରକୁ ଛୁରୀରେ ଆକ୍ରମଣ କରିବାକୁ ଲାଗିଥିଲେ। ବିବାହ ସ୍ଥଳ ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା।

ଆହୁରି ପଢ଼ନ୍ତୁ: ୟୁପିଆଇ ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜ: ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାର ଓ ଆରବିଆଇକୁ ନୋଟିସ, ରୋକ ଲଗାଇବାକୁ ମନା

ବରଯାତ୍ରୀଙ୍କ ମଧ୍ୟରେ ମାରପିଟ ସମୟରେ ବାକି ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହାରି ଭିତରେ କେହି ଜଣେ ୨୦ ବର୍ଷୀୟ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ନାଁ ସନି ବୋଲି ଜଣାପଡ଼ିଛି। ଏଥିସହ ଏହି ଘଟଣାରେ ୬ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଫ୍ଲାଏ ଦୁବାଇ ବିମାନ କ୍ରାସ୍ ଉଦ୍ୟମ ପଣ୍ଡ: ଛୁରାମାଡ଼ ସତ୍ତ୍ୱେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ହିରୋ ସାଜିଲେ ମୁମ୍ବାଇର ପାଇଲଟ୍ ସ୍ମିତ୍ ମଚ୍ଛର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର