ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍: ୨୪ ମୃତ, ବ୍ଯାପକ ଧନଜୀବନ ନଷ୍ଟ

The Sakala Picture
Published On

ଢାକା: ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍‌। ଏହି ବାତ୍ଯରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ୧୦ ହଜାରରୁ ଅଧିକ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଓ  ବିଜୁଳି ଖୁଣ୍ଟି ଉପୁଡ଼ିଛି । ଏଥିସହ ବ୍ଯପକ ଫସଲ ନଷ୍ଟ ମଧ୍ୟ ହୋଇଛି। ଏପଟେ ସିତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବହୁ ଘରଦ୍ୱାର ଭାଙ୍ଗିିଛି । ଦକ୍ଷିଣପୂର୍ବ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ସମୁଦ୍ରରେ ୬ରୁ ୮ […]

ଢାକା: ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍‌। ଏହି ବାତ୍ଯରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ୧୦ ହଜାରରୁ ଅଧିକ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଓ  ବିଜୁଳି ଖୁଣ୍ଟି ଉପୁଡ଼ିଛି । ଏଥିସହ ବ୍ଯପକ ଫସଲ ନଷ୍ଟ ମଧ୍ୟ ହୋଇଛି। ଏପଟେ ସିତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବହୁ ଘରଦ୍ୱାର ଭାଙ୍ଗିିଛି । ଦକ୍ଷିଣପୂର୍ବ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ସମୁଦ୍ରରେ ୬ରୁ ୮ ଫୁଟର ଜୁଆର ଉଠିଥିଲା। ଘଣ୍ଟା ପ୍ରତି ପ୍ରାୟ ୯୦ କିଲୋମିଟର ବେଗରେ ପବନ ବହିଥିଲା । ବହୁ ଗଛ ଉପୁଡ଼ି ପଡ଼ିଛି । ଶକ୍ତି ବିଭାଗର ସର୍ବାଧିକ କ୍ଷୟକ୍ଷତି ଘଟିଛି। ଅନ୍ଧାରରେ ହଜାର ହଜାର ଲୋକ ଅଛନ୍ତି। ଅନେକ ଲୋକ ମୃତାହତ ହୋଇଛନ୍ତି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ଯରେ ସେନା ନିୟୋଜିତ ରହିଛି। ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ପର୍ଯ୍ଯାପ୍ତ ପରିମାଣର ଓଷଧ ଓ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ ପରେ ଦୁର୍ବଳ ହୋଇପଡ଼ିଛି ବାତ୍ୟା ସିତ୍ରାଙ୍ଗ । ଡିପ୍‌ ଡିପ୍ରେସନ୍‌, ଡିପ୍ରେସନ୍‌ ଏବଂ ୱେଲ ମାର୍କଡ ଲୋ ପ୍ରେସର ପରେ ଲଘୁଚାପର ରୂପ ନେଇଛି । ତେବେ ଭାରତର ଉତ୍ତରପୂର୍ବର ୪ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ଏସବୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିଛି ସି-ତ୍ରାଙ୍ଗ୍‌ । ଆସାମରେ ପ୍ରବଳ ବର୍ଷା ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

25 Oct 2022 By The Sakala

ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍: ୨୪ ମୃତ, ବ୍ଯାପକ ଧନଜୀବନ ନଷ୍ଟ

ଢାକା: ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍‌। ଏହି ବାତ୍ଯରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ୧୦ ହଜାରରୁ ଅଧିକ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଓ  ବିଜୁଳି ଖୁଣ୍ଟି ଉପୁଡ଼ିଛି । ଏଥିସହ ବ୍ଯପକ ଫସଲ ନଷ୍ଟ ମଧ୍ୟ ହୋଇଛି। ଏପଟେ ସିତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବହୁ ଘରଦ୍ୱାର ଭାଙ୍ଗିିଛି । ଦକ୍ଷିଣପୂର୍ବ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ସମୁଦ୍ରରେ ୬ରୁ ୮ ଫୁଟର ଜୁଆର ଉଠିଥିଲା। ଘଣ୍ଟା ପ୍ରତି ପ୍ରାୟ ୯୦ କିଲୋମିଟର ବେଗରେ ପବନ ବହିଥିଲା । ବହୁ ଗଛ ଉପୁଡ଼ି ପଡ଼ିଛି । ଶକ୍ତି ବିଭାଗର ସର୍ବାଧିକ କ୍ଷୟକ୍ଷତି ଘଟିଛି। ଅନ୍ଧାରରେ ହଜାର ହଜାର ଲୋକ ଅଛନ୍ତି। ଅନେକ ଲୋକ ମୃତାହତ ହୋଇଛନ୍ତି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ଯରେ ସେନା ନିୟୋଜିତ ରହିଛି। ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ପର୍ଯ୍ଯାପ୍ତ ପରିମାଣର ଓଷଧ ଓ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ ପରେ ଦୁର୍ବଳ ହୋଇପଡ଼ିଛି ବାତ୍ୟା ସିତ୍ରାଙ୍ଗ । ଡିପ୍‌ ଡିପ୍ରେସନ୍‌, ଡିପ୍ରେସନ୍‌ ଏବଂ ୱେଲ ମାର୍କଡ ଲୋ ପ୍ରେସର ପରେ ଲଘୁଚାପର ରୂପ ନେଇଛି । ତେବେ ଭାରତର ଉତ୍ତରପୂର୍ବର ୪ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ଏସବୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିଛି ସି-ତ୍ରାଙ୍ଗ୍‌ । ଆସାମରେ ପ୍ରବଳ ବର୍ଷା ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

https://www.thesakala.in/national-international/cyclone-sitrang-update-heavy-to-heavy-rainfall/article-16027
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର