ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ବିବାଦୀୟ ଧାର୍ମିକ ନେତା ରାମ ରହିମଙ୍କ ସତସଙ୍ଗରେ ଯୋଗଦେଲେ ବହୁ ବିଜେପି ନେତା

The Sakala Picture
Published On

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିକଟରେ ଏହି ବିବାଦୀୟ ଧାର୍ମିକ ନେତା ତଥା […]

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିକଟରେ ଏହି ବିବାଦୀୟ ଧାର୍ମିକ ନେତା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପାରୋଲରେ ଜେଲରୁ ବାହାରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ପାଇଥିବା ରାମ ରହିମ ସମ୍ପ୍ରତି ୪୦ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ଉତ୍ତର ପ୍ରଦେଶର ବାଗପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏଥିରେ ହରିୟଣାର ବହୁ ବିଜେପି ନେତାଙ୍କ ସମାଗମ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସତସଙ୍ଗ ସମୟରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ୨୦୨୨ରେ ଠିଆ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିସହିତ କିଛି ବିଜେପି ନେତା ମଧ୍ୟ ସତସଙ୍ଗରେ ଯୋଗ ଦେଇଥିଲେ । ଏଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ରେଣୁ ବାଲା ଗୁପ୍ତା, ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ସାମିଲ ଅଛନ୍ତି । ସମସ୍ତେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ ପିତା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦ ନେଇଥିଲେ ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ରାମ ରହୀମଙ୍କ କାର୍ଯ୍ୟକ୍ରମରେ ଏହାର ବହୁ ନେତା ଅଂଶଗ୍ରହଣ କରିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ନେତାଙ୍କୁ ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାରୋଲ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

20 Oct 2022 By The Sakala

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ବିବାଦୀୟ ଧାର୍ମିକ ନେତା ରାମ ରହିମଙ୍କ ସତସଙ୍ଗରେ ଯୋଗଦେଲେ ବହୁ ବିଜେପି ନେତା

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିକଟରେ ଏହି ବିବାଦୀୟ ଧାର୍ମିକ ନେତା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପାରୋଲରେ ଜେଲରୁ ବାହାରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ପାଇଥିବା ରାମ ରହିମ ସମ୍ପ୍ରତି ୪୦ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ଉତ୍ତର ପ୍ରଦେଶର ବାଗପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏଥିରେ ହରିୟଣାର ବହୁ ବିଜେପି ନେତାଙ୍କ ସମାଗମ ହୋଇଥିଲା ।

ସତସଙ୍ଗ ସମୟରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ୨୦୨୨ରେ ଠିଆ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିସହିତ କିଛି ବିଜେପି ନେତା ମଧ୍ୟ ସତସଙ୍ଗରେ ଯୋଗ ଦେଇଥିଲେ । ଏଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ରେଣୁ ବାଲା ଗୁପ୍ତା, ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ସାମିଲ ଅଛନ୍ତି । ସମସ୍ତେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ ପିତା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦ ନେଇଥିଲେ ।

ରାମ ରହୀମଙ୍କ କାର୍ଯ୍ୟକ୍ରମରେ ଏହାର ବହୁ ନେତା ଅଂଶଗ୍ରହଣ କରିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ନେତାଙ୍କୁ ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାରୋଲ ଦିଆଯାଇଛି।

https://www.thesakala.in/national-international/bjp-leaders-queue-up-to-attend-out-on-parole-ram-rahims-satsang/article-15890
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର