ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିବା ପରେ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କଲେ ପୁତିନ

The Sakala Picture
Published On

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଅଞ୍ଚଳକୁ ରୁଷିଆ ସହିତ ସାମିଲ କରାଯାଇଛି ବୋଲି ପୁତିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲକ୍ଷ ଲକ୍ଷ ନାଗରିକଙ୍କ ଇଛା ଏବେ ପୂରଣ ହୋଇଛି […]

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଅଞ୍ଚଳକୁ ରୁଷିଆ ସହିତ ସାମିଲ କରାଯାଇଛି ବୋଲି ପୁତିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲକ୍ଷ ଲକ୍ଷ ନାଗରିକଙ୍କ ଇଛା ଏବେ ପୂରଣ ହୋଇଛି ବୋଲି ପୁତିନ ନିଜ ବକ୍ତବ୍ୟରେ କହିଛନ୍ତି। ୟୁକ୍ରେନର ଏହି ୪ଟି ଅଞ୍ଚଳକୁ ରୁଷ ସେନା ଅକ୍ତିଆର କରିଥିଲା ବେଳେ କିଛି ଦିନ ତଳେ ଏସବୁକୁ ରୁଷରେ ମିଶ୍ରଣ କରିବା ନେଇ ରୁଷ ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୯୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ସାମିଲ ହେବାକୁ ମତ ଦେଇଥିଲେ ବୋଲି ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ଶୁକ୍ରବାର ଏହି ସବୁ ଅଞ୍ଚଳକୁ ରୁଷ ନିଜ ଦଖଲକୁ ନେଲା ବୋଲି ପୁତିନ କହିଛନ୍ତି। ପୁତିନଙ୍କ ଏହି ଘୋଷଣା ଦ୍ବାରା ୟୁକ୍ରେନର କେତେ ଅଞ୍ଚଳ ରୁଷରେ ସାମିଲ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୟୁକ୍ରେନର ମୋଟ ଅଞ୍ଚଳର ୧୮ ପ୍ରତିଶତ ଭାବେ ପ୍ରାୟ ୪୨ ହଜାର ବର୍ଗ ମାଇଲ ସାମିଲ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ୟୁକ୍ରେନ ଅଞ୍ଚଳକୁ ରୁଷରେ ମିଶ୍ରଣ କରିବା ଘୋଷଣାକୁ ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ପୁତିନ ଏହାର କଡ଼ା ଜବାବ ଦେଇଛନ୍ତି। ଏହିକ୍ରମରେ ସେ ଭାରତର ଇତିହାସକୁ ଦୋହରାଇବା ସହିତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଦୀର୍ଘ ସମୟ ଧରି ଲୁଟିଛନ୍ତି ବୋଲି କହିଛନ୍ତି। କିନ୍ତୁ ଆମେ ଆମ ଦେଶକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପାଇଁ ଉପନିବେଶ କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି। ପୁତିନ କହିଛନ୍ତି , ଆମେ ପୁଣିଥରେ ସୋଭିଏତ ସଂଘ ପ୍ରତିଷ୍ଠା କରିବାକୁ ଚାହୁଁନାହୁଁ। କିନ୍ତୁ ରୁଷିଆର ସାମର୍ଥ୍ୟ,ଐତିହ୍ୟ ଏବଂ ପରମ୍ପରା ସହ ସାଲିସ କରାଯାଇପାରିବନି ବୋଲି ପୁତିନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର