କାରରେ ୬ ଏୟାର ବ୍ଯାଗ୍ ବାଧ୍ୟତାମୂଳକ ନିଷ୍ପତ୍ତିରେ ପରିବର୍ତ୍ତନ, ୨୦୨୩ ଅକ୍ଟୋବରରୁ ହେବ ଲାଗୁ – ନୀତୀନ ଗଡକରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦବେଗ ଜନକ ଅବସ୍ଥାରେ ରହିଛି। ଏହି ଦୁର୍ଘଟଣାକୁ ହ୍ରାସ ଓ  ଜୀବନ ରକ୍ଷ କରିବା ପାଇଁ କେନ୍ଦ୍ର ପକ୍ଷରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହା ପ୍ରସ୍ତାବକୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଏୟାରବ୍ୟାଗ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଠ ସିଟ୍ ବିଶିଷ୍ଟ […]

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦବେଗ ଜନକ ଅବସ୍ଥାରେ ରହିଛି। ଏହି ଦୁର୍ଘଟଣାକୁ ହ୍ରାସ ଓ  ଜୀବନ ରକ୍ଷ କରିବା ପାଇଁ କେନ୍ଦ୍ର ପକ୍ଷରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହା ପ୍ରସ୍ତାବକୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଏୟାରବ୍ୟାଗ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଠ ସିଟ୍ ବିଶିଷ୍ଟ ଗାଡିରେ ୬ଟି ଏୟାରବ୍ୟାଗ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏହି ଆଦେଶ  ଅକ୍ଟୋବର ପହିଲା ୨୦୨୨ରୁ କାର୍ଯ୍ୟକାରୀ ହେବାର ଥିଲା। ହେଲେ ଆଜି ଗଡକରୀ ଟ୍ବିଟ କରି କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅଟୋ ଇଣ୍ଡଷ୍ଟ୍ରିର ସମ୍ମୁଖୀନ ହେଉଥିବା ବ୍ୟାଘାତ ଏବଂ ମାକ୍ରୋ-ଇକୋନୋମିକ୍ ପରିସ୍ଥିତିରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନା ଥାଉକି, ୬ ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେବାବେଳେ ମନ୍ତ୍ରୀ କହିଥିଲେ ଯେ ମୋଟର ଯାନରେ ଅତି କମରେ ୬ ଟି ଏୟାରବ୍ୟାଗ ଯୋଗାଇବା ବାଧ୍ୟତାମୂଳକ। ଆମେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛୁ । ଏଥିପାଇଁ ଯାନବାହନ ଇଣ୍ଡଷ୍ଟ୍ରି ସମେତ ସମସ୍ତ ଦଳର ସହଯୋଗ ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଉଲ୍ଲେଖନୀୟ ଯେ, ଭାରତରେ ସଡ଼କ ଦୁର୍ଘଟଣା ହାର ବିଶ୍ୱରେ ସର୍ବାଧିକ। ଦୁନିଆର ଏକ ପ୍ରତିଶତ ଯାନ ଅଛି।  ହେଲେ ୧୧ ପ୍ରତିଶତ ସଡକ ମୃତ୍ୟୁ ଘଟିଛି। ଭାରତୀୟ ରାସ୍ତାରେ ପ୍ରତି ୧  ମିନିଟରେ ଏକ ଦୁର୍ଘଟଣା ଘଟେ।  ପ୍ରତି ଘଣ୍ଟାରେ ୧୭ ଜଣ ମୃତ୍ୟୁ ଘଟେ। ୧୦ ଟି ଦୁର୍ଘଟଣା ମଧ୍ୟରୁ ୬ଟି ବାଣିଜ୍ୟିକ ସହିତ ଜଡିତ, ଯାହା ଡ୍ରାଇଭର ଦ୍ୱାରା ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରାଯାଇପାରିବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର