ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ : ମୋହନ ଭାଗବତ

The Sakala Picture
Published On

ନୂଆଦିଲ୍ଲୀ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ। ମେଘାଳୟର ଶିଲଂ ଠାରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ହିମାଳୟର ଦକ୍ଷିଣ, ଭାରତ ମହାସାଗରର ଉତ୍ତର ଓ ସିନ୍ଧୁ ନଦୀ କୂଳର ବାସିନ୍ଦାଙ୍କୁ ପାରମ୍ପାରିକ ଭାବରେ ହିନ୍ଦୁ କୁହାଯାଏ। ଭାରତରେ ଇସଲାମ ଧର୍ମ ବିସ୍ତାର କରୁଥିବା ମୋଗଲ ଏବଂ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର […]

ନୂଆଦିଲ୍ଲୀ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ। ମେଘାଳୟର ଶିଲଂ ଠାରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ହିମାଳୟର ଦକ୍ଷିଣ, ଭାରତ ମହାସାଗରର ଉତ୍ତର ଓ ସିନ୍ଧୁ ନଦୀ କୂଳର ବାସିନ୍ଦାଙ୍କୁ ପାରମ୍ପାରିକ ଭାବରେ ହିନ୍ଦୁ କୁହାଯାଏ। ଭାରତରେ ଇସଲାମ ଧର୍ମ ବିସ୍ତାର କରୁଥିବା ମୋଗଲ ଏବଂ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରୁଥିବା ବ୍ରିଟିଶ ଶାସକମାନଙ୍କ ପୂର୍ବରୁ ମଧ୍ୟ ହିନ୍ଦୁମାନେ ଏଠାରେ ବିଦ୍ୟମାନ ଥିଲେ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ବରଂ ଜୀବନଶୈଳୀ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଭାଗବତ ଆହୁରି କହିଛନ୍ତି ଯେ, ହିନ୍ଦୁ ଶବ୍ଦ ଭାରତ ମାତାର ସମସ୍ତ ସନ୍ତାନ, ଭାରତୀୟ ପିତୃପୁରୁଷଙ୍କ ବଂଶଧର ଏବଂ ଯେଉଁମାନେ ଭାରତୀୟ ସଂସ୍କୃତି ଅନୁଯାୟୀ ଜୀବନଯାପନ କରନ୍ତି ସେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ । ଜଣେ ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ, କାରଣ ଭାରତରେ ବାସ କରୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି । ଆମେ ସଭିଏଁ ହିନ୍ଦୁ। ହିନ୍ଦୁଙ୍କର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନାହିଁ। ଏହା ଆମର ପରିଚୟ। ଭାରତୀୟ ଏବଂ ହିନ୍ଦୁ ଶବ୍ଦ ଉଭୟ ପର୍ୟ୍ୟାୟବାଚୀ। ଭାରତରେ ରହୁଥିବା ସମସ୍ତ ଲୋକ ପରିଚୟ ଦୃଷ୍ଟିରୁ ହିନ୍ଦୁ ଅଟନ୍ତି। ଏହା ଏକ ଭୌଗୋଳିକ-ସାଂସ୍କୃତିକ ପରିଚୟ। ଭାରତ ଏକ ପାଶ୍ଚାତ୍ୟ ଧାରଣା ଦେଶ ନୁହେଁ। ପ୍ରାଚୀନ କାଳରୁ ଏହା ଏକ ସାଂସ୍କୃତିକ ଦେଶ ଭାବେ ପରିଚିତ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବାସ୍ତବରେ, ଏହା ଏକ ଦେଶ ଯିଏ ବିଶ୍ୱକୁ ମାନବିକତାର ଶିକ୍ଷା ଦେଇଛି । ଭାରତର ଏକତା ହେଉଛି ଏହାର ଶକ୍ତି। ଭାରତ ଦାବି କରୁଥିବା ବିବିଧତା ଗର୍ବର ବିଷୟ। ଏହା ହେଉଛି ଭାରତର ବିଶେଷତା ଯାହା ଶତାବ୍ଦୀ ଧରି ଚାଲିଆସୁଛି। ଆମେ ସବୁବେଳେ ଏକ ହୋଇ ଆସିଛୁ। ଯେତେବେଳେ ଆମେ ଏହାକୁ ଭୁଲିଯିବା ସେତେବେଳେ ଆମେ ଆମର ସ୍ବାଧୀନତା ହରାଇବା। ତେଣୁ, ଆମେ ନିଶ୍ଚିତ ହେବା ଉଚିତ ଯେ ଆମେ ଏକ ହୋଇ ଆମ ଦେଶକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବା। ଏହି ଏକତା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଏହି ସମ୍ମିଳନୀକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ‘ଭାରତର ଏକତା ହେଉଛି ଏହାର ଶକ୍ତି । ଭାରତ ଦାବି କରୁଥିବା ବିବିଧତା ଗର୍ବର ବିଷୟ । ଏହା ହେଉଛି ଭାରତର ବିଶେଷତା ଯାହା ଶତାବ୍ଦୀ ଧରି ଚାଲିଆସୁଛି । ଆମେ ସବୁବେଳେ ଏକ ହୋଇ ଆସିଛୁ । ଯେତେବେଳେ ଆମେ ଏହାକୁ ଭୁଲିଯିବା ସେତେବେଳେ ଆମେ ଆମର ସ୍ୱାଧୀନତା ହରାଇଥାଉ । ତେଣୁ, ଆମେ ନିଶ୍ଚିତ ହେବା ଉଚିତ ଯେ ଆମେ ଏକ ହୋଇ ଆମ ଦେଶକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବା । ଏହି ଏକତା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ । ପ୍ରାଚୀନ କାଳରୁ ଭାରତ ଏକ ପ୍ରାଚୀନ ରାଷ୍ଟ୍ର ଭାବେ ରହିଛି । ଭାରତ ନିଜର ସ୍ୱାଧୀନତା ହରାଇଥିଲା କାରଣ ଏହାର ଲୋକମାନେ ସଭ୍ୟତାର ଆଦର୍ଶ ବାକ୍ୟ ଓ ମୂଲ୍ୟବୋଧ ଭୁଲି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର