ଭୁଲରେ ଆକାଉଣ୍ଟକୁ ଆସିଥିବା ଅର୍ଥକୁ ବିନିଯୋଗ କରି ୩୦ ମିନିଟରେ ଲାଭ କଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

The Sakala Picture
Published On

ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦରେ ବ୍ୟାଙ୍କର ଗଡ଼ବଡି ହେତୁ ରମେଶଭାଇ ସାଗର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା। ରମେଶଭାଇ ସାଗର ଅହମ୍ମଦାବାଦର ଜଣେ ଏମ୍ବ୍ରୋଡେରୀ ବ୍ୟବସାୟୀ। ସେ ୫ ବର୍ଷ ହେଲା ଷ୍ଟକ୍ ମାର୍କେଟରେ ମଧ୍ୟ ନିବେଶ କରୁଛନ୍ତି। ଏହି ରାଶି ମଧ୍ୟରୁ ସେ ଷ୍ଟକ୍ ମାର୍କେଟରେ ଦୁଇ କୋଟି ଟଙ୍କା ବିନିଯୋଗ କରିଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେ  ଏକ […]

ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦରେ ବ୍ୟାଙ୍କର ଗଡ଼ବଡି ହେତୁ ରମେଶଭାଇ ସାଗର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା। ରମେଶଭାଇ ସାଗର ଅହମ୍ମଦାବାଦର ଜଣେ ଏମ୍ବ୍ରୋଡେରୀ ବ୍ୟବସାୟୀ। ସେ ୫ ବର୍ଷ ହେଲା ଷ୍ଟକ୍ ମାର୍କେଟରେ ମଧ୍ୟ ନିବେଶ କରୁଛନ୍ତି। ଏହି ରାଶି ମଧ୍ୟରୁ ସେ ଷ୍ଟକ୍ ମାର୍କେଟରେ ଦୁଇ କୋଟି ଟଙ୍କା ବିନିଯୋଗ କରିଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେ  ଏକ ଗଣମାଧ୍ଯମକୁ  ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଜୀବନ ପରିବର୍ତ୍ତନକାରୀ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇ ରମେଶଭାଇ ସାଗର କୁହନ୍ତି ଯେ, ଜୁଲାଇ ୨୬ରେ ସବୁଦିନ ଭଳି ସେହିଦିମ ସକାଳ ୯ଟା ୩୦ ସମୟରେ ଷ୍ଟକ ମାର୍କେଟରେ କାରବାର ପାଇଁ  ବସିଥିଲେ।  ସେଦିନ ବଜାରରେ ଅଧିକ ଉତ୍ସାହ ନ ଥିଲା । ତା’ପରେ ସେ ୧୧ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହଠାତ୍ ଯେତେବେଳେ ସେ  ତାଙ୍କ ବ୍ଯାଙ୍କ ଆଙ୍କଉଣ୍ଟର ବାଲାନ୍ସ  ଯାଞ୍ଚ କରିଥିଲେ ସେ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଥିଲା। ତାଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଯେତେବେଳେ ମୋ ଆକାଉଣ୍ଟରେ ଏତେ ପରିମାଣର ଜମା ହେଲା, ହଠାତ୍ ସେ ଅନୁଭବ କରିଥିଲେ ଯେ  ସେ ଟଙ୍କା କେବଳ ଅଳ୍ପ ସମୟ ପାଇଁ ଆସିଛି। ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡିବ। ତେଣୁ ସେ ଏହାକୁ ଅଧ ଘଣ୍ଟା ପାଇଁ ବିନିଯୋଗ କରିବାକୁ ଚିନ୍ତା କରିଥିଲେ ଯାହାର ଲାଭ ମଧ୍ୟ ପାଇଥିଲା।  ସେ ପ୍ରତିଦିନ ଟ୍ରେଡିଂ କରନ୍ତି । ହେଲେ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ଯନ୍ତ କାରବାର କରୁଥିଲି। କିନ୍ତୁ ସେ ଦିନ ତାଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ରହିଥିଲା । ଏହି ଜମା ଟଙ୍କାରୁ  ପ୍ରାୟ ୨ କୋଟି ଟଙ୍କା କାରବାରରେ ଲଗାଇଥିଲେ। ହେଲେ ସେହି ସମୟରେ କ୍ଷତି ହବାର ଭୟ ମଧ୍ୟ ରହିଥିଲା। କିନ୍ତୁ ତାଙ୍କର ଷ୍ଟକ୍ ମାର୍କେଟ ବିଷୟରେ ଜ୍ଞାନ ଥିଲା, ତେଣୁ ତାଙ୍କୁ ଅଧିକ ଭୟ ଲାଗି  ନ ଥିଲା।   ଏତେ ପରିମାଣର ଟଙ୍କା ଦେଖି ଖୁସିର କୌଣସି ସୀମା ନ ଥିଲା। ସେ ଏହି ବିଷୟରେ ଚିନ୍ତା କରି ନ ଥିଲେ ଏବଂ ହଠାତ୍ ୫ ଲକ୍ଷ ଟଙ୍କା ଲାଭ ପାଇଥିଲେ। ତାଙ୍କ କହିବା ଅନୁଯାୟୀ  xyz ଯାହା ଘଟେ ସେ ତୁରନ୍ତ ନିଷ୍ପତ୍ତି ନେଇଥାନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ରମେଶଭାଇ କହିଛନ୍ତି ଯେ, ସେଦିନ ମୋ ଭଳି ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା। ସମାନ ପରିମାଣ ସେଠାରେ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।  କିନ୍ତୁ ସେ ବିନିଯୋଗ କରି ନ ଥିଲେ। ରମେଶଭାଇ କହିଛନ୍ତି ଯେ ଯଦି ତୁମକୁ ସୁଯୋଗ ମିଳିଛି ଏହାର ଲାଭ ଉଠେଇବା ଦରକାର । ସେ  କେବଳ ସପ୍ତମ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି।। ତା’ପରେ ୩ରୁ୪ ବର୍ଷ ପର୍ଯ୍ୟନ୍ତ କୃଷିରେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରାୟ ୧୬ ବର୍ଷ ବୟସରେ ଅହମ୍ମଦାବାଦ ଆସିଥିଲେ। ଏଠାକୁ ଆସିବା ପରେ ଏମ୍ବ୍ରୋଡେରୀ କାମ କରିବା ଆରମ୍ଭ କରିଥିଲେ। ୪ରୁ୫ ବର୍ଷ କାମ କରିବା ପରେ, ସେ ୨୦୦୭ରେ ନିଜର କାମ ଆରମ୍ଭ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର