ବିଜେପିରେ ଯୋଗଦେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୯ରେ ବିଜେପିରେ ଯୋଗଦେବେ। ତାଙ୍କ ନିକଟବର୍ତ୍ତୀ ପଞ୍ଜାବର ୫ରୁ ୬ ପୂର୍ବତନ ମନ୍ତ୍ରୀ ମଧ୍ୟ ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏଥିସହିତ ଅମରିନ୍ଦରଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ( ପିଏଲସି ) ମଧ୍ୟ ବିଜେପି ସହିତ ମିଶ୍ରଣ କରିବ। ବିଜେପି ପଞ୍ଜାବରେ ଦଳକୁ ପୁନର୍ଗଠନ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ଅଶ୍ୱାନୀ ଶର୍ମାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। […]

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୯ରେ ବିଜେପିରେ ଯୋଗଦେବେ। ତାଙ୍କ ନିକଟବର୍ତ୍ତୀ ପଞ୍ଜାବର ୫ରୁ ୬ ପୂର୍ବତନ ମନ୍ତ୍ରୀ ମଧ୍ୟ ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏଥିସହିତ ଅମରିନ୍ଦରଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ( ପିଏଲସି ) ମଧ୍ୟ ବିଜେପି ସହିତ ମିଶ୍ରଣ କରିବ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବିଜେପି ପଞ୍ଜାବରେ ଦଳକୁ ପୁନର୍ଗଠନ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ଅଶ୍ୱାନୀ ଶର୍ମାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପଞ୍ଜାବ ଲୋକ କଂଗ୍ରେସର ବିଜେପି ସହିତ ମିଶ୍ରଣ ହେବା ପରେ ଦଳ ପଞ୍ଜାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କ୍ୟାପ୍ଟେନ ଏବଂ ତାଙ୍କ ଘନିଷ୍ଠମାନଙ୍କୁ ଦେଇପାରେ। ପଞ୍ଜାବରେ ବର୍ତ୍ତମାନ ବିଜେପିର କେବଳ ଦୁଇଟି ସିଟ୍ ରହିଛି। ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସର ବିଜେପି ସହିତ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ​​

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ କହିଛନ୍ତି, ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ । ସେ କହିଛନ୍ତି, ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ଯ୍ଯକ୍ରମରେ ବିଜେପିରେ ସାମିଲ ହେବେ । ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଗତ ସେପ୍ଟେମ୍ୱର ୧୨ରେ ଶାହଙ୍କ ସହ ବୈଠକ କରି ରାଜ୍ୟର ସୁରକ୍ଷା ଏବଂ ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ଥକ ଆଲୋଚନା ହୋଇଥିବା ପ୍ୟାପ୍ଟେନ ଅମରିନ୍ଦର ସିଂ କହିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଏହା ପରେ କ୍ୟାପଟେନ ଟ୍ୱିଟରରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର