ମିଳୁନି ଜାଗା: ଲାଗିଛି ଶବ ଧାଡି, ରାସ୍ତାରେ ହେଉଛି ଅନ୍ତିମ ସଂସ୍କାର

The Sakala Picture
Published On

ରାଞ୍ଚିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂମସ୍ତ ରେକର୍ଡ କାଟିଦେଇଛି। ଏଥିଯୋଗୁଁ ମଶାଣୀ ଏବଂ କବର ସ୍ଥାନରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନାଭାବ ଦେଖାଦେଇଛି। ଗତ ୧୦ ଦିନ ହେଲା ରାଞ୍ଚିର ମଶାଣୀ ଏବଂ କବରସ୍ତାନକୁ ଶବ ଆସିବା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ରବିବାର ରେକର୍ଡ ୬୦ ଶବର ଅନ୍ତିମ ସଂସ୍କାର ହୋଇଛି। ଏମାନଙ୍କ ମଧ୍ୟରେ ୧୨ ଜଣ କରୋନା ସଂକ୍ରମିତ ଥିଲେ। ଘାଘରାରେ ସାମୂହିକ ଭାବେ ଏହି ଶବଦାହ କରାଯାଇଥିଲା। ଏହା ବ୍ୟତୀତ ପାଞ୍ଚ […]

ରାଞ୍ଚିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂମସ୍ତ ରେକର୍ଡ କାଟିଦେଇଛି। ଏଥିଯୋଗୁଁ ମଶାଣୀ ଏବଂ କବର ସ୍ଥାନରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନାଭାବ ଦେଖାଦେଇଛି। ଗତ ୧୦ ଦିନ ହେଲା ରାଞ୍ଚିର ମଶାଣୀ ଏବଂ କବରସ୍ତାନକୁ ଶବ ଆସିବା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ରବିବାର ରେକର୍ଡ ୬୦ ଶବର ଅନ୍ତିମ ସଂସ୍କାର ହୋଇଛି। ଏମାନଙ୍କ ମଧ୍ୟରେ ୧୨ ଜଣ କରୋନା ସଂକ୍ରମିତ ଥିଲେ। ଘାଘରାରେ ସାମୂହିକ ଭାବେ ଏହି ଶବଦାହ କରାଯାଇଥିଲା। ଏହା ବ୍ୟତୀତ ପାଞ୍ଚ ଶ୍ମଶାନ ଘାଟରେ ୩୫ ଶବ ପୋଡା ଯାଇଥିଲା। ସେହିପରି ରାତୁ ରୋଡ ଏବଂ କାଣ୍ଟାଟୋଲି ସ୍ଥିତ କବରସ୍ତାନରେ ୧୩ ଶବକୁ ପୋତା ଯାଇଛି। ତେବେ ହରମୁ ମୁକ୍ତିଧାମରେ ସବୁଠାରୁ ଅଧିକ ଦାହସଂସ୍କାର ହୋଇଛି। ମୃତ୍ୟୁସଂଖ୍ୟା ଅଧିକ ହୋଇଥିବାରୁ ଚିତା ଜଳାଇବା ପାଇଁ ସ୍ଥାନାଭାବ ଦେଖାଦେଇଛି। ଏଥିପାଇଁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଏହା ସତ୍ତ୍ବେ ସ୍ଥାନ ନ ମିଳିବାରୁ ଖୋଲାରେ ଶବଦାହ କରିବାକୁ ପଡିଥିଲା।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

13 Apr 2021 By The Sakala

ମିଳୁନି ଜାଗା: ଲାଗିଛି ଶବ ଧାଡି, ରାସ୍ତାରେ ହେଉଛି ଅନ୍ତିମ ସଂସ୍କାର

ରାଞ୍ଚିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂମସ୍ତ ରେକର୍ଡ କାଟିଦେଇଛି। ଏଥିଯୋଗୁଁ ମଶାଣୀ ଏବଂ କବର ସ୍ଥାନରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନାଭାବ ଦେଖାଦେଇଛି। ଗତ ୧୦ ଦିନ ହେଲା ରାଞ୍ଚିର ମଶାଣୀ ଏବଂ କବରସ୍ତାନକୁ ଶବ ଆସିବା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ରବିବାର ରେକର୍ଡ ୬୦ ଶବର ଅନ୍ତିମ ସଂସ୍କାର ହୋଇଛି। ଏମାନଙ୍କ ମଧ୍ୟରେ ୧୨ ଜଣ କରୋନା ସଂକ୍ରମିତ ଥିଲେ। ଘାଘରାରେ ସାମୂହିକ ଭାବେ ଏହି ଶବଦାହ କରାଯାଇଥିଲା। ଏହା ବ୍ୟତୀତ ପାଞ୍ଚ ଶ୍ମଶାନ ଘାଟରେ ୩୫ ଶବ ପୋଡା ଯାଇଥିଲା। ସେହିପରି ରାତୁ ରୋଡ ଏବଂ କାଣ୍ଟାଟୋଲି ସ୍ଥିତ କବରସ୍ତାନରେ ୧୩ ଶବକୁ ପୋତା ଯାଇଛି। ତେବେ ହରମୁ ମୁକ୍ତିଧାମରେ ସବୁଠାରୁ ଅଧିକ ଦାହସଂସ୍କାର ହୋଇଛି। ମୃତ୍ୟୁସଂଖ୍ୟା ଅଧିକ ହୋଇଥିବାରୁ ଚିତା ଜଳାଇବା ପାଇଁ ସ୍ଥାନାଭାବ ଦେଖାଦେଇଛି। ଏଥିପାଇଁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଏହା ସତ୍ତ୍ବେ ସ୍ଥାନ ନ ମିଳିବାରୁ ଖୋଲାରେ ଶବଦାହ କରିବାକୁ ପଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର