ବଦଳିବ ଐତିହାସିକ ଦିଲ୍ଲୀ ‘ରାଜପଥ’ର ନାମ, ‘କର୍ତ୍ତବ୍ୟ ପଥ’ ନାମରେ ଜାଣିବ ସାରା ବିଶ୍ବ

The Sakala Picture
Published On

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ। ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନ୍‌ର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ […]

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ। ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନ୍‌ର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ରାଷ୍ଟ୍ରପତି ଭବନ ସଂଯୋଗକାରୀ ରାଜପଥ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ସେପ୍ଟେମ୍ବର ୭ ତାରିଖରେ ଏନଡିଏମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକାଇଥିବା ଜଣାପଡିଛି। ଏହି ବୈଠକରେ ନୂଆ ନାଁ ଉପରେ ମୋହର ବାଜିବା ସହ ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଚଳିତ ବର୍ଷ  ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହି ପାଞ୍ଚ ପ୍ରତିଜ୍ଞା ମଧ୍ୟରେ ଦେଶର କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଏଣୁ କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ନୂଆ ନିଷ୍ପତ୍ତି ଅନୁସାରେ, ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୂରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ଏହାସହ ଏହା ଶାସକ ବର୍ଗକୁ ମଧ୍ୟ ଏକ ସନ୍ଦେଶ ଯେ ଦେଶର ଶାସକ ଏବଂ ପ୍ରଜା ଯୁଗ ଶେଷ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ରାସ୍ତାର ନାଁ ପରିବର୍ତ୍ତନ କରି ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର