ଏକାଠି ରହିବାର ରାୟ ଶୁଣି ରାଗିଗଲେ ପତି, କୋର୍ଟରୁ ବାହାରି ପତ୍ନୀଙ୍କୁ କଲେ ହତ୍ୟା

The Sakala Picture
Published On

ବେଙ୍ଗାଲୁରୁ: ସ୍ବାମୀ-ସ୍ତ୍ରୀ ବିବାଦ ଯୋଗୁ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଦୀର୍ଘ ଏକ ଘଣ୍ଟା ଧରି ଦୁହିଁଙ୍କ ମଧ୍ୟରେ ହେଲା ଆପୋଷ ବୁଝାମଣା। ଶେଷରେ କୋର୍ଟରୁ ବାହାରି ପତ୍ନୀକୁ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ହୋଲେନାରସିପୁରା ଜିଲ୍ଲାର ଫାମିଲି କୋର୍ଟରେ। ହାସନ୍‌ ଜିଲାର ଜଣେ ବ୍ୟକ୍ତି କୋର୍ଟ ପରିସରରେ ଗଳା କାଟି ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଏକ ଫ୍ୟାମିଲି କୋର୍ଟରେ ଘଟିଛି, ​​ଯେଉଁଠାରେ ଉଭୟଙ୍କୁ ପରାମର୍ଶ ପାଇଁ […]

ବେଙ୍ଗାଲୁରୁ: ସ୍ବାମୀ-ସ୍ତ୍ରୀ ବିବାଦ ଯୋଗୁ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଦୀର୍ଘ ଏକ ଘଣ୍ଟା ଧରି ଦୁହିଁଙ୍କ ମଧ୍ୟରେ ହେଲା ଆପୋଷ ବୁଝାମଣା। ଶେଷରେ କୋର୍ଟରୁ ବାହାରି ପତ୍ନୀକୁ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ହୋଲେନାରସିପୁରା ଜିଲ୍ଲାର ଫାମିଲି କୋର୍ଟରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ହାସନ୍‌ ଜିଲାର ଜଣେ ବ୍ୟକ୍ତି କୋର୍ଟ ପରିସରରେ ଗଳା କାଟି ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଏକ ଫ୍ୟାମିଲି କୋର୍ଟରେ ଘଟିଛି, ​​ଯେଉଁଠାରେ ଉଭୟଙ୍କୁ ପରାମର୍ଶ ପାଇଁ ଡକାଯାଇଥିଲା। ବାସ୍ତବରେ ଥାଟେକେରେ ଗାଁର ଚିତ୍ରା ୭ ବର୍ଷ ପୂର୍ବେ ଶିବକୁମାରଙ୍କୁ ବିବାହ କରିଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ବିଗିଡିଯାଇଥିଲା। ଏହି କାରଣରୁ ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଶନିବାର ଦୁଇଜଣଙ୍କୁ ପୁନର୍ବାର ଆପୋଷ ଆଲୋଚନା ପାଇଁ କୋର୍ଟ ଡକାଇଯାଇଥିଲା। ଘଟଣାର କିଛି ମିନିଟ ପୂର୍ବରୁ ଦମ୍ପତ୍ତି ଦ୍ବୟ ସେମାନଙ୍କ ମତଭେଦକୁ ଦୂର କରି ସେମାନଙ୍କର ୭ବର୍ଷର ବିବାହକୁ ବଞ୍ଚାଇବାକୁ ରାଜି ହୋଇଥିଲେ। ହାସନ ଜିଲାର ହୋଲେନାରସିପୁରା ପରିବାର କୋର୍ଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହାପରେ, ଯେତେବେଳେ ଚିତ୍ରା ବାହାରକୁ ଆସିଥିଲେ ଶିବକୁମାର ତାଙ୍କ ପଛେ ପଛେ ଶୌଚାଳୟକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲା। ଅଭିଯୁକ୍ତ ଚିତ୍ରାଙ୍କ ସହ ଉପସ୍ଥିତ ଶିଶୁକୁ ମଧ୍ୟ ଆକ୍ରମଣ କରିଥିଲା, ଯଦିଓ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଚିତ୍ରାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଗଳାରେ ଗଭୀର ଆଘାତ ଲାଗିଥିବାରୁ ଓ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଘଟଣା ଘଟିବା ପରେ ଶିବକୁମାର ପଳାଇବାକୁ ଚେଷ୍ଟା କରୁଥିବାବେଳେ ଉପସ୍ଥିତ ଲୋକେ ତାଙ୍କୁ ଧରିଥିଲେ। ଶିବକୁମାରଙ୍କ ବିରୋଧରେ ଏକ ହତ୍ୟା ମାମଲା ଦାୟର କରାଯାଇଛି। ହାସନର ଜଣେ ବରିଷ୍ଠ ପୋଲିସ ଅଧିକାରୀ ହରିରାମ ଶଙ୍କର କହିଛନ୍ତି ଯେ ଏହି ଘଟଣା କୋର୍ଟ ପରିସରରେ ଘଟିଛି। ଆମେ ତାଙ୍କୁ ଗିରଫ କରି ଅସ୍ତ୍ରଶସ୍ତ୍ର ଜବତ କରିଛୁ। ତେବେ କାଉନସେଲିଂ ପରେ କ’ଣ ଘଟିଛି ତାହାର ମଧ୍ୟ ଅନୁସନ୍ଧାନ କରାଯାଉଛି। କୋର୍ଟରେ ତାଙ୍କୁ ଦାରୁଆ ଅସ୍ତ୍ର କେଉଁଠାରୁ ମିଳିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ନେଇ ମଧ୍ୟ ପୁଲିସ ଅନୁସନ୍ଧାନ ଚଳାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର