ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ

The Sakala Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ସକାଳ ୧୦ ଟାାର ସଂସଦରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ସଂନ୍ଧ୍ୟା ୫ ଟାରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା।  ମୋଟ ୭୨୫ ଜଣ […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଆଜି ସକାଳ ୧୦ ଟାାର ସଂସଦରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ସଂନ୍ଧ୍ୟା ୫ ଟାରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା।  ମୋଟ ୭୨୫ ଜଣ ସାଂସଦ ଭୋଟ୍ ଦେଇଥିଲେ। ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ନିର୍ବାଚନରେ ଧନଖଡ଼ ୫୮୦ଟି ଭୋଟ ପାଇଥିବାବେଳେ ମାର୍ଗରେଟ୍ଆ ଲଭା ୧୮୨ଟି ଭୋଟ ପାଇଥିଲେ । ୧୫ଟି ଭୋଟ ନାକଚ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ଆଜି ପ୍ରାୟ ୯୩% ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ନିର୍ବାଚନରେ ମୋଟ ୭୮୦ ( ରାଜ୍ୟସଭା ଓ ଲୋକସଭାକୁ ମିଶାଇ) ସାଂସଦଙ୍କ ମଧ୍ୟରୁ ୭୨୫ ଭୋଟ ଦୋଇଥିଲେ । ତୃଣମୂଳ କଂଗ୍ରେସର ମୋଟ ୩୯ ସାଂସଦଙ୍କ ମଧ୍ୟରୁ ୩୭ ଜଣ ଭୋଟ ଦେଇନଥିଲେ ଓ ୨ ଜଣ ଭୋଟ ଦେଇଥିଲେ । ସେହିପରି ଶିବସେନା ଓ ସମାଜବାଦୀ ପାର୍ଟିର ୨ ଜଣ ଲେଖାଏଁ ସାଂସଦ ଓ ବିଏସପିର ଜଣେ ସାଂସଦ ଭୋଟ ଦେଇନଥିଲେ । ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୧୫ ଭୋଟ୍ ନାକଚ୍ ହୋଇଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ଯାହା ଫଳରେ  ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ସୂଚନାଯୋଗ୍ୟ ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିବା ଧନଖଡ଼ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ।

06 Aug 2022 By The Sakala

ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆଜି ସକାଳ ୧୦ ଟାାର ସଂସଦରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ସଂନ୍ଧ୍ୟା ୫ ଟାରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା।  ମୋଟ ୭୨୫ ଜଣ ସାଂସଦ ଭୋଟ୍ ଦେଇଥିଲେ। ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ନିର୍ବାଚନରେ ଧନଖଡ଼ ୫୮୦ଟି ଭୋଟ ପାଇଥିବାବେଳେ ମାର୍ଗରେଟ୍ଆ ଲଭା ୧୮୨ଟି ଭୋଟ ପାଇଥିଲେ । ୧୫ଟି ଭୋଟ ନାକଚ ହୋଇଯାଇଥିଲା।

ଆଜି ପ୍ରାୟ ୯୩% ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ନିର୍ବାଚନରେ ମୋଟ ୭୮୦ ( ରାଜ୍ୟସଭା ଓ ଲୋକସଭାକୁ ମିଶାଇ) ସାଂସଦଙ୍କ ମଧ୍ୟରୁ ୭୨୫ ଭୋଟ ଦୋଇଥିଲେ । ତୃଣମୂଳ କଂଗ୍ରେସର ମୋଟ ୩୯ ସାଂସଦଙ୍କ ମଧ୍ୟରୁ ୩୭ ଜଣ ଭୋଟ ଦେଇନଥିଲେ ଓ ୨ ଜଣ ଭୋଟ ଦେଇଥିଲେ । ସେହିପରି ଶିବସେନା ଓ ସମାଜବାଦୀ ପାର୍ଟିର ୨ ଜଣ ଲେଖାଏଁ ସାଂସଦ ଓ ବିଏସପିର ଜଣେ ସାଂସଦ ଭୋଟ ଦେଇନଥିଲେ । ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୧୫ ଭୋଟ୍ ନାକଚ୍ ହୋଇଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ଯାହା ଫଳରେ  ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି।

ସୂଚନାଯୋଗ୍ୟ ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିବା ଧନଖଡ଼ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ।

https://www.thesakala.in/national-international/jagdeep-dhankhar-is-elected-vice-president-of-india/article-13924
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର