ଆଜି ଉପରାଷ୍ଟ୍ରପତି ନିର୍ବାଚନ, ୧୦ଟାରୁ ଭୋଟ ଗ୍ରହଣ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ସଂସଦର ଉଭୟ ଗୃହର […]

ନୂଆଦିଲ୍ଲୀ: ଆଜି ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ସଂସଦର ମୋଟ୍ ସଦସ୍ୟ ସଂଖ୍ୟା ୭୮୮ । ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜି ଭୋଟ୍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍ ଗଣତି ହେବ । ଆସନ୍ତା ୧୦ ତାରିଖରେ ଶେଷ ହେଉଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ । ଏହା ପୂର୍ବରୁ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ । ଉପରାଷ୍ଟ୍ରପତି ଦେଶର ତିନି ସେନାର ଡେପୁଟି ସୁପ୍ରିମୋ କମାଣ୍ଡୋ ଦାୟିତ୍ବ ସମ୍ଭାଳିଥାନ୍ତି । ଏହା ସହ ରାଜ୍ୟସଭା ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ତୁଲାଇଥାନ୍ତି ଉପରାଷ୍ଟ୍ରପତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମମତା ଏହା ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନରେ ଟିଏମସି ଦୂରତା ବଜାୟ ରଖିବା ନେଇ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

06 Aug 2022 By The Sakala

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ୧୦ଟାରୁ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜି ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ସଂସଦର ମୋଟ୍ ସଦସ୍ୟ ସଂଖ୍ୟା ୭୮୮ । ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି ।

ଆଜି ଭୋଟ୍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍ ଗଣତି ହେବ । ଆସନ୍ତା ୧୦ ତାରିଖରେ ଶେଷ ହେଉଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ । ଏହା ପୂର୍ବରୁ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ । ଉପରାଷ୍ଟ୍ରପତି ଦେଶର ତିନି ସେନାର ଡେପୁଟି ସୁପ୍ରିମୋ କମାଣ୍ଡୋ ଦାୟିତ୍ବ ସମ୍ଭାଳିଥାନ୍ତି । ଏହା ସହ ରାଜ୍ୟସଭା ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ତୁଲାଇଥାନ୍ତି ଉପରାଷ୍ଟ୍ରପତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମମତା ଏହା ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନରେ ଟିଏମସି ଦୂରତା ବଜାୟ ରଖିବା ନେଇ ଘୋଷଣା କରିଥିଲେ ।

https://www.thesakala.in/national-international/vice-president-election-today-voting-from-10-am/article-13906
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର