ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଂସଦ ପରିସରରେ ହେବ ଭୋଟ୍‍ ଗ୍ରହଣ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି। ଏହି ନିର୍ବାଚନରେ ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। […]

ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏହି ନିର୍ବାଚନରେ ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ସଂସଦର ମୋଟ୍‍ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ଆସନ୍ତାକାଲି ଭୋଟ୍‍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ। ଏହାପରେ ଆସନ୍ତା ୧୧ ତାରିଖରେ ଦେଶର ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅନ୍ୟପଟେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭୋଟ୍‌ରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନ୍‍ଡିଏ) ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ନିଶ୍ଚିତ ମନେହୁଏ । ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡିକରେ ମଧ୍ୟ ମତଭେଦ ସାମ୍ନାକୁ ଆସିଛି, କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହି ନିର୍ବାଚନର ମତଦାନ ପ୍ରକ୍ରିୟାରୁ ନିବୃତ୍ତ ରହିବାକୁ ଘୋଷଣା କରିଛି। ଯାହା ଫଳରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ୍‍ ଆଲ୍‍ଭା ଭୋଟ୍‌ ସଂଖ୍ୟା କମିଯିବ। ସଂସଦର ବର୍ତ୍ତମାନର ଶକ୍ତି ହେଉଛି ୭୮୮, ଯେଉଁଥିରୁ କେବଳ ବିଜେପିରେ ୩୯୪ ସାଂସଦ ଅଛନ୍ତି । ଜିତିବା ପାଇଁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ।ତେଣୁ ଏନ୍‍ଡିଏ ପ୍ରାର୍ଥୀ ଜଗଦୀପ ଧନ୍‌ଖରଙ୍କ ବିଜୟ ସୁନିଶ୍ଚିତ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏକକ ସ୍ଥାନାନ୍ତରିତ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ଓ ନିର୍ବାଚନ ଗୁପ୍ତ ଭୋଟ୍ ମାଧ୍ୟମରେ ହେବ । ୧୯୭୪ ମସିହାର ନିୟମରେ ଧାର୍ଯ୍ୟ ହୋଇଥିବା ଭୋଟ୍ ପ୍ରକ୍ରିୟାରେ, ଏକ ବ୍ୟବସ୍ଥା ଅଛି ଯେ ମତଦାନ ପ୍ରକୋଷ୍ଠରେ ଭୋଟ୍ ଚିହ୍ନଟ କରିବା ପରେ ଭୋଟରଙ୍କୁ ବାଲାଟ ପେପରକୁ ଭାଙ୍ଗି ବାଲାଟ ବକ୍ସରେ ରଖିବାକୁ ପଡିବ। ଭୋଟିଂ ପ୍ରଣାଳୀର ଯେକୌଣସି ପ୍ରକାର ଉଲ୍ଲଂଘନ ହେଲେ ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ବାଲାଟ ପେପରକୁ ବାତିଲ କରିଦିଆଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର