ଇଡି ହାତରେ ଲାଗିଲା ପାର୍ଥ ଅର୍ପିତାଙ୍କ ସୁନା କିଣା ଫୋଟୋ

The Sakala Picture
Published On

କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ । ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ […]

କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ । ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଅର୍ପିତା ବସି ହାତରେ ଚୁଡ଼ି ପିନ୍ଧୁଥିବାର ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପାର୍ଥ ଅର୍ପିତାଙ୍କୁ ନେଇ ଏକ ସୁନା ସୋରୁମରେ ଗହଣା କିଣୁଥିଲେ । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ଅର୍ପିତାଙ୍କୁ ଦେଇଥିଲେ ପାର୍ଥ ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି ଇଡିକୁ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

31 Jul 2022 By The Sakala

ଇଡି ହାତରେ ଲାଗିଲା ପାର୍ଥ ଅର୍ପିତାଙ୍କ ସୁନା କିଣା ଫୋଟୋ

କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ । ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଅର୍ପିତା ବସି ହାତରେ ଚୁଡ଼ି ପିନ୍ଧୁଥିବାର ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପାର୍ଥ ଅର୍ପିତାଙ୍କୁ ନେଇ ଏକ ସୁନା ସୋରୁମରେ ଗହଣା କିଣୁଥିଲେ । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ଅର୍ପିତାଙ୍କୁ ଦେଇଥିଲେ ପାର୍ଥ ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି ଇଡିକୁ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି ।

https://www.thesakala.in/national-international/ed-gets-hold-of-parth-arpitas-gold-purcheseing-photo/article-13744
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର