ପୁଣି ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

The Sakala Picture
Published On

ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରାଯିବ । ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ୭୫ ବର୍ଷିୟ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ […]

ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରାଯିବ । ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ୭୫ ବର୍ଷିୟ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ ।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ତେବେ ୭୫ ବର୍ଷୀୟା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପୂର୍ବଥର ଜେରା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଏହାବ୍ୟତୀତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟରେ ରହିବାକୁ ଅନୁମତି ଦିଆଯାଇଥିଲା। ଆବଶ୍ୟକସ୍ଥଳେ ସୋନିଆ ବିଶ୍ରାମ ନେବାକୁ ଚାହିଁଲେ ତାଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସୋନିଆ ନିକଟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲା ବେଳେ କିଛି ଦିନ ପୂର୍ବରୁ ସୁସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତ୍ତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର