ଦେଶର ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି, କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ ତା’ର ଉତ୍ତର ଦାୟୀତ୍ୱ ଭୁଲି ଯାଇଛି : ପ୍ରଧାନ ବିଚାରପତି ରମନ୍ନା

The Sakala Picture
Published On

ନୂଆଦିଲ୍ଲୀ : କିଛିଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆଜି ପୁଣି ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଏକ ଦିବସୀୟ ଗସ୍ତରେ ଝାଡଖଣ୍ଡରେ ପହଞ୍ଚିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମ ଉପରେ ବର୍ଷିଛନ୍ତି।ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି […]

ନୂଆଦିଲ୍ଲୀ : କିଛିଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆଜି ପୁଣି ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଏକ ଦିବସୀୟ ଗସ୍ତରେ ଝାଡଖଣ୍ଡରେ ପହଞ୍ଚିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମ ଉପରେ ବର୍ଷିଛନ୍ତି।ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଦେଶକୁ ବହୁ ପଛକୁ ନେଇ ଯାଉଛି। ସେମାନେ (ମିଡିଆ) ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସେ କହିଛନ୍ତି କି, “ଆମେ ଦେଖିବାକୁ ପାଉଛୁ କି ଗଣମାଧ୍ୟମ ଦେଶରେ କଙ୍ଗାରୁ କୋର୍ଟ ଚଳାଇଛି, ଫଳରେ ଏଭଳି ଖବର ଦେଖିବା ପରେ ଅନୁଭବି ବିଚାରପତିମାନେ ବି ଦ୍ୱନ୍ଦରେ ପଡିଯାଉଛନ୍ତି କି କେଉଁଟି ଠିକ୍ ଓ କେଉଁଟି ଭୂଲ” । ଏହାସହ ସେ କହିଛନ୍ତି କି, ନ୍ୟାୟ ମାମଲାରେ ଗଣମାଧ୍ୟମ ଭୂଲ ସୂଚନା ଓ କାର୍ଯ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ । କେବଳ ଏତିକି ନୁହେଁ ମୁଖ୍ୟ ବିଚାର ପତି କହିଛନ୍ତି କି ଆମେ ଆମ ଦାୟୀତ୍ୱରୁ ପଳାୟନ କରିପାରିବା ନାହିଁ । ହେଲେ ଗଣମାଧ୍ୟମର ଏଭଳି ପ୍ରବୃତ୍ତି ଆମକୁ ଦୁଇପାଦ ପଛକୁ ଫେରାଇ ନେଉଛି । ଏବେ ବି ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି। କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁନାହିଁ। ସୋଶାଲ ମିଡିଆରେ ଏହା ଆହୁରି ଖରାପ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ କରିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୁଖପାତ୍ର ଭାବେ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି। ସେହିପରି ସୋଶାଲ ମିଡିଆରେ ଯିଏ ଯାହା ପାରିଲା ଲେଖୁଛନ୍ତି କିମ୍ବା ନିଜକୁ ଫାଇଦା ଦେଲା ଭଳି ମିଛ କଥାର ପ୍ରଚାର ମଧ୍ୟ କରୁଛନ୍ତି। ଏହାବାଦ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ବୟାନକୁ କିଛି ଲୋକ ସମାଲୋଚନା କରି ବିଚାରପତିମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ରମନ୍ନା ଏପରି ମତ ରଖିଥିବା କୁହାଯାଉଛି। ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, “ସୋଶାଲ ମିଡିଆରେ ବିଚାରପତିମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ପ୍ରଚାର କରାଯାଉଛି। ବିଚାରପତିମାନେ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇ ନ ପାରନ୍ତି। ଦୟାକରି ଏହାକୁ ଦୁର୍ବଳତା କିମ୍ବା ଅସହାୟତା ଭାବେ କେହି ବିଚାରକୁ ନିଅନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସେ ଆହୁରି ମଧ୍ୟ କହିଛନ୍ତି, ମାମଲା ସମାଧାନ କରିବାରେ ଗଣମାଧ୍ୟମ ବିଚାର ମାର୍ଗଦର୍ଶନକାରୀ ନୁହନ୍ତି। ଆମେ ଦେଖୁଛୁ, ଅଭିଜ୍ଞ ବିଚାରପତିମାନେ ସାମଧାନ କରିବାକୁ କଷ୍ଟକର ମଣୁଥିବା ମାମଲାଗୁଡ଼ିକ ଉପରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଉଛି।ନୂଆ ଗଣମାଧ୍ୟମ ଉପକରଣଗୁଡ଼ିକର ବ୍ୟାପକ ପ୍ରସାରଣ କ୍ଷମତା ଥିଲେ ବି ସେ ସବୁ ଠିକ୍‌ ଓ ଭୁଲ୍‌, ଭଲ ଓ ମନ୍ଦ, ପ୍ରକୃତ ଓ ନକଲି ମଧ୍ୟରେ ପ୍ରଭେଦ ଜାଣିବାର ସାମର୍ଥ୍ୟ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।ଗଣମାଧ୍ୟମରେ ପ୍ରସାରିତ ପକ୍ଷପାତ ମତାମତ ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ଶାସନ ବ୍ୟବସ୍ଥାର କ୍ଷତି କରୁଛି। ଏଥିଯୋଗୁଁ ବିଚାର ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ନିଜ ସୀମା ଓ ଦାୟିତ୍ବ ଉଲ୍ଲଂଘନ କରି ଗଣମାଧ୍ୟମ ଆମ ଗଣତନ୍ତ୍ରକୁ ଦୁଇପାଦ ପଛକୁ ହଟାଇ ନେଉଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର