ଆଇସିଏମ୍‌ଆର୍‌ର ନିଆରା ଉଦ୍ଭାବନ: ଚିକେନ୍‌ଗୁନିଆ, ଡେଙ୍ଗୁରୁ ସୁରକ୍ଷା ଦେବେ ମଶା

The Sakala Picture
Published On

ପୁଡୁଚେରୀ: ବର୍ଷା ଋତୁରେ ମଶା ଜନିତ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ। ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ରୋଗୀସଂଖ୍ୟା ବଢ଼ିଥାଏ। ଏବେ ଏହାର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ନିଆର ଉଦ୍ଭାବନା କରିଛନ୍ତି। ପୁଡୁଚେରି ସ୍ଥିତି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (ଭିସିଆରସି) ସ୍ବତନ୍ତ୍ର ପ୍ରକାରର ମଶା ବିକଶିତ କରିଛି। ଏହା ଏକ ସ୍ବତନ୍ତ୍ର ବୀଜାଣୁରେ ସଂକ୍ରମିତ ରହିଛି। ଏହା ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି […]

ପୁଡୁଚେରୀ: ବର୍ଷା ଋତୁରେ ମଶା ଜନିତ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ। ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ରୋଗୀସଂଖ୍ୟା ବଢ଼ିଥାଏ। ଏବେ ଏହାର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ନିଆର ଉଦ୍ଭାବନା କରିଛନ୍ତି। ପୁଡୁଚେରି ସ୍ଥିତି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (ଭିସିଆରସି) ସ୍ବତନ୍ତ୍ର ପ୍ରକାରର ମଶା ବିକଶିତ କରିଛି। ଏହା ଏକ ସ୍ବତନ୍ତ୍ର ବୀଜାଣୁରେ ସଂକ୍ରମିତ ରହିଛି। ଏହା ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗର ପ୍ରସାରକୁ ରୋକିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସୂଚନା ଅନୁଯାୟୀ ବୈଜ୍ଞାନିକମାନେ ଡେଙ୍ଗୁ ରୋଗ ପ୍ରସାର କରୁଥିବା ଏଡିସ ଏଜିପ୍ଟି ମଶାକୁ ଓଲବାଚିଆ ବୀଜାଣୁର ୨ ପ୍ରଜାତି ଡବ୍ଲ୍ୟୁ-ଏମଇଏଲ ଏବଂ ଡବ୍ଲ୍ୟୁ-ଏଏଲବିବି ସହ ସଂକ୍ରମିତ କରାଇଛନ୍ତି। ଓଲବାଚିଆ ଏକ ସାଧାରଣ ବୀଜାଣୁ। କୀଟପତଙ୍ଗର ୬୦ ପ୍ରଜାତିରେ ଏହା ଦେଖିବାକୁ ମିଳିଥାଏ। ଆଇସିଏମଆର-ଭିସିଆରସିର ଡ. ଅଶ୍ବିନୀ କୁମାର କହିଛନ୍ତି ଯେ ଏହି ବୀଜାଣୁ ମଶାର ପ୍ରତ୍ୟେକ କୋଷିକାରେ ବସିଥାଏ ଏବଂ ସେଠାରେ ଘର ବନାଇ ଥାଏ। ଏହା ପରେ ଡେଙ୍ଗୁ ଭଳି ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଲାଗିଥାଏ। ମଶା ଏହି ବୀଜାଣୁରେ ସଂକ୍ରମିତ ହେବାପରେ ଡେଙ୍ଗୁ ବ୍ୟାପେ ନାହିଁ। ଏହି ପରୀକ୍ଷଣ ଲାଗି ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିରୁ ଓଲବାଚିଆ ବୀଜାଣରୁ ୨ଟି ପ୍ରଜାତିର ପ୍ରାୟ ୧୦ ହଜାର ଅଣ୍ଡା ଭାରତ ଅଣାଯାଇଥିଲା। ସରକାରଙ୍କ ମଞ୍ଜୁରି ମିଳିବା ପରେ ଏହି ଅଣ୍ଡା ଫୁଟାଇ ଏଡିସ ମଶାକୁ ସଂକ୍ରମିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଡ. କୁମାରଙ୍କ ଅନୁଯାୟୀ ବିକଶିତ ହୋଇଥିବା ନୁଆ ମଶା ଉଭୟ ଡେଙ୍ଗୁ ଏବଂ ଚିକେନଗୁନିଆ ଭୂତାଣୁକୁ ପରିବର୍ତ୍ତିତ କରିଦେବେ। ଏହି ମାଈ ମଶାକୁ ସ୍ଥାନୀୟ ଅଞ୍ଚଳରେ ଛଡାଯିବ। ଏହା ପୁରୁଷ ମଶା ସହିତ ମିଶି ଲାର୍ଭା ଉତ୍ପାଦନ କରିବ। ଏହି ଲାର୍ଭାରେ କୌଣସି ଭୂତାଣୁ ରହିବ ନାହିଁ। ଏହା ଡେଙ୍ଗୁ-ଚିକେନଗୁନିଆକୁ ଦୂର କରିବ। ଏହି ମଶା କାମୁଡିଲେ ମଣିଷ ଆଉ ସଂକ୍ରମିତ ହେବ ନାହିଁ । ଧିରେ ଧିରେ ଏଗୁଡିକ ଅନ୍ୟ ମଶାର ସ୍ଥାନନେବେ। ବୈଜ୍ଞାନିକଙ୍କ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଏହା ପ୍ରୟୋଗ କରିବା ପାଇଁ ସରକାରଙ୍କ ମଞ୍ଜୁରି ଆବଶ୍ୟକ। ଏଥିପାଇଁ ଅନୁମତି ମଗାଯାଇଛି। ସ୍ଥାନୀୟ ଅଧିକାରୀ ଏବଂ ଜନତାଙ୍କୁ ମଧ୍ୟ ଏଥିରେ ସହଯୋଗ କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର