ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଅଗଷ୍ଟ ୬ ତାରିଖରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ତେଣୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ […]

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଅଗଷ୍ଟ ୬ ତାରିଖରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ତେଣୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଦେଶରେ ଉପରାଷ୍ଟ୍ରପତି ଉପ ନିର୍ବାଚନ ସାରିବାକୁ ନିର୍ବାଚନ କମିସନ ଲକ୍ଷ୍ୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେବ। ଏଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରିବା ପାଇଁ କୁହାଯାଇଥିବା ବେଳେ ନିର୍ବାଚନ ଆୟୋଗ ଅଗଷ୍ଟ ୬ ତାରିଖ ଧାର୍ଯ୍ୟ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଯଦି ଭାରତର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନର ଆବଶ୍ୟକ ପଡ଼େ, ତା’ହେଲେ ଏହା ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ। ଗଣତି ପରେ ସେହିଦିନ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ତାରିଖରେ ନାମାଙ୍କ ଯାଞ୍ଚ ଓ ୨୨ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।ଅଗଷ୍ଟ ୬ ତାରିଖ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଅନ୍ୟପଟେ ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ ଗଣତି ପରେ ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର